ଡ୍ରାଇଭର ସଙ୍ଘର ଧର୍ମଘଟ (Driver Protest) ପାଇଁ ପେଟ୍ରୋଲ ପମ୍ପରେ (Petrol Pump) ଲୋକଙ୍କ ଭିଡ। ତେଲ ନପାଇବା ଭୟରେ ଶହ ଶହ ଲୋକଙ୍କ ଜିମିଛି ଭିଡ। ଦୁଇ ଚକିଆ ଗାଡିଠୁ ନେଇ ଚାରିଚକିଆ ଗାଡିରେ ତେଲ ପକାଉଛନ୍ତି ଗାଡି ଚାଳକ। ହେଲେ କେତକ ପେଟ୍ରୋଲ ପମ୍ପରେ ତେଲ ନଥିବାରୁ ବର୍ତ୍ତମାନ ତାଲା ଝୁଲୁଥିବା ବେଳେ ଆଉ କିଛି ଖୋଲା ରହିଛି। ଡ୍ରାଇଭର ସଂଘର ଧର୍ମଘଟ ପାଇଁ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ। ତେଲ ନପାଇବା ଭୟରେ ଶହ ଶହ ଲୋକଙ୍କ ଜିମିଛି ଭିଡ। ଦୁଇ ଚକିଆ ଗାଡିଠୁ ନେଇ ଚାରିଚକିଆ ଗାଡିରେ ତେଲ ପକାଉଛନ୍ତି ଗାଡି ଚାଳକ। ଏପଟେ ତେଲ ଆମଦାନୀ ହୋଇ ପାରୁ ନଥିବାରୁ ପେଟ୍ରୋଲ ପମ୍ପ ମାଲିକ ମାନେ ଗାଡିରେ ଜଣିକା ୧୦୦ଟଙ୍କାରୁ ଅଧିକା ତେଲ ମଧ୍ୟ ଦେଉନାହାନ୍ତି। ଢେଙ୍କାନାଳ, ଖୋର୍ଦ୍ଧା ଓ ରାଜଧାନୀରେ କେତକ ପେଟ୍ରୋଲ ପମ୍ପରେ ତାଲା ଝୁଲୁଛି। ଗୋଟିଏ ପଟେ ବୁଧବାରଠୁ ବସ ଡ୍ରାଇଭରଙ୍କ ଧର୍ମଘଟ ଆରମ୍ଭ ହୋଇଥିବା ବେଳେ ଆଜି ଅଟୋ ଡ୍ରାଇଭର ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ଅଟୋ ଆନ୍ଦୋଳନ ପ୍ରତ୍ୟାହର। ଅନଲାଇନ ଅଟୋ ଆନ୍ଦୋଳନ ପ୍ରତ୍ୟାହର। ଭୁବନେଶ୍ୱର ସ୍ମାର୍ଟ ସିଟି ଅନଲାଇନ ଅଟୋ ସଙ୍ଘ ତରଫରୁ ବନ୍ଦ ଡାକରା ଦିଆଯାଇଥିଲା।