ମହାନଦୀର ଗଭୀର ଜଳରାଶିରେ ସ୍କୁବା ଡାଇଭିଂ ତାଲିମ । ଶରୀରରେ ନିଓପ୍ରିନ ସୁଟ , ବି ସି ଡ଼ି ଜାକେଟ , ଫୁଲ ଫେସ ମାସ୍କ । ପାଣି ଭିତରେ ଟ୍ରେନିଂ ନେଉଛନ୍ତି ଉତ୍ତରପ୍ରଦେଶରୁ ଆସିଥିବା ଟିମ୍ । ପ୍ରଥମେ ପହଁରିବା ଶିଖାଯିବା ସହ ଅଣ୍ଡର ୱାଟର ସ୍କୁବା ଡାଇଭିଂ, ସରକ୍ୟୁଲାର ସର୍ଚ୍ଚ, ଜାକ ଷ୍ଟେ ସର୍ଚ୍ଚ ସହ ଡ଼ିପ ଡାଇଭିଂର ବି ଦିଆଯାଉଛି ତାଲିମ । ୩୦ରୁ ଅଧିକ କର୍ମଚାରୀ ପାଣି ତଳେ ୪୦ରୁ ୫୦ଫୁଟ ପର୍ଯ୍ୟନ୍ତ ଯାଉଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଦୁର୍ଘଟଣାରେ ବୁଡି ଯାଉଥିବା ଲୋକଙ୍କୁ ଗଭୀର ଜଳରୁ କିପରି ଉଦ୍ଧାର କରାଯାଇ ପାରିବ ସେ କଳିଙ୍ଗ ଡାଇଭର୍ସ ପକ୍ଷରୁ ଦିଆୟାଉଛି ତାଲିମ । ମାସେ କାଳ ଧରି ମହାନଦୀର ଜଲରାଶିରେ ଏମାନଙ୍କୁ ତାଲିମ ଦିଆଯିବ । ବିଶିଷ୍ଟ ସମୁଦ୍ର ବୁଡାଳି ସବୀର ବକ୍ସ , ପୂର୍ବତନ ନୌ ବାହିନୀ ର କମାଣ୍ଡୋଙ୍କ ସହ ୬ ଜଣ ଟ୍ରେନର ତାଲିମ ଦେଉଛନ୍ତି । ଉନ୍ନତମାନର ଜଳକ୍ରୀଡ଼ା, ବୋଟିଂ କରିବା ସହ ଉଇଣ୍ଡ ସର୍ଫି ଭଳି ଦୁଃସାହସିକ ଜଳକ୍ରୀଡ଼ା ର ତାଲିମ ନେବା ସହ ପ୍ରଶିକ୍ଷାର୍ଥୀମାନେ ଏହାର ମଜା ବି ନେଉଛନ୍ତି । ଏହି ଟ୍ରେନିଂ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବେଶ ସହାୟକ ହେବ। ପୂର୍ବରୁ କଳିଙ୍ଗ ଡାଇଭର୍ସ ପକ୍ଷରୁ ଗୌହାଟୀ, ବିହାର, ପଶ୍ଚିମବଙ୍ଗ ରାଜ୍ୟର ଅନେକ SDRF କର୍ମଚାରୀ ମହାନଦୀରେ ନେଇଛନ୍ତି ଟ୍ରେନିଂ ।