‘‘ହାରାମଜାଦା ମୋତେ ବାହାହେଲା ୨୦୦୬ ଅକ୍ଟୋବର ୬ରେ । ସେବେ ଠାରୁ ଯୌତୁକ କେସରେ ମୋତେ ହଇରାଣ କଲା । ମୋ’ ମା’ ଘରେ ବସିକି ପ୍ରାୟ ଟାଇମ୍ ରୁହେ । ତା’ ଭାଇ ଭାଉଜ ସମସ୍ତଙ୍କୁ ଧରିକି ହଇରାଣ କଲା । ହୀରାକୁଦ ଥାନାରେ ତା’ ନାଁରେ ଏଫ୍.ଆଇ.ଆର୍. ଅଛି ଆଠ ଆଠଟା । ସେ ମୋ’ ଜିନିଷପତ୍ର ଦେଉନି । ମୋ’ ସୁନା, ରୂପା ଗହଣା ସବୁ ରଖିଛି । ମୋ’ର ଝିଅ ଗୋଟେ ଅଛି । ତାକୁ ପାଠ ପଢ଼ିବାକୁ ୟେ ପଇସା ଦେଉନି,’’ ବଡ଼ ପାଟି କରି କହୁଥଲେ ପ୍ରାଚୀପଦ୍ମା ।
‘‘ୟେ ମୋ’ ନାଁରେ ଅଭିଯୋଗ ଆଣୁଛି… ମୁଁ ଯଦି ଖରାପ ମୋତେ ଡିଭର୍ସ୍ କାହିଁକି କଲାନି? ଲୁଚି ଲୁଚି ବୁଲୁଛି… ୟେ ଆଗରୁ ଆଉ ଗୋଟେ ବାହା ହେଇଥିଲା । ତାକୁ ଡିଭର୍ସ କରିନି… ମୁଁ କହିଲାରୁ ମୋତେ କହିଲା ‘ମୋ’ ଇଚ୍ଛା, ମୁଁ ଚାରିଟା ରଖିବି’ । ଟ୍ୟୁସନ୍ ଡାକୁଛି ଝିଅମାନଙ୍କୁ, ବେଡ୍ ରୁମକୁ ନେଇ ଶୋଉଛି… । ଇଏ ଶିକ୍ଷା ବିଭାଗର ଗୋଟେ କଳଙ୍କ,’’ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ପ୍ରାଚୀପଦ୍ମା ।
ଅକ୍ଷୟ ପ୍ରାଚୀପଦ୍ମାଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି: ‘‘ଇଏ ମୋ’ ସ୍ତ୍ରୀ ନୁହେଁ । ମୁଁ ଆଗରୁ ବାହା ହେଇଛି । ଇଏ ମୋତେ ଗୋଟେ ମିଛ କେସରେ ଫସେଇକି ମୋତେ ବାହା ହେଲା । ତା’ପରେ ତାକୁ ଆଣି ମୋ’ ଘରେ ରଖିଲି, ହେଲେ ମୁଁ କଲେଜ ଯିବା ପରେ ସେ ହୀରାକୁଦର ଡି.ଏସ୍. ପପରିବାରର ଜଣେ ପୁରୁଷ ସହ ରହେ । ତା’ ସହ ୟାକୁ ମୁଁ ଆଠ ଦଶ ଥର ଅସଞ୍ଜତ ଅବସ୍ଥାରେ ତାଙ୍କ ଘରେ ଧରିଲି । ତାକୁ ବାରମ୍ବାର ମନା କରିବା ପରେ ବି ସେ ମାନିଲା ନାହିଁ ।’’