ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ଓ ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁ
ନୂଆ ବର୍ଷ ଦିନ ଠାରୁ ଦେଶରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି ଯାହା ସାଧାରଣ ଲୋକଙ୍କୁ ସିଧାସଳଖ ପ୍ରଭାବିତ କରୁଛି । ଚେକ୍ ପେମେଣ୍ଟ ଠାରୁ UPI ପେମେଣ୍ଟ ସିଷ୍ଟମ ଓ ଜି.ଏସ୍.ଟି. ରିଟର୍ଣ୍ଣ ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ଆସିଛି ।

ନୂଆ ବର୍ଷ ଦିନ (୧ ଜାନୁଆରୀ ୨୦୨୧) ଠାରୁ ଅନେକ ନିୟମ ପରିବର୍ତ୍ତନ ହୋଇଛି ଯାହା ସାଧାରଣ ଲୋକଙ୍କୁ ସିଧାସଳଖ ପ୍ରଭାବିତ କରୁଛି । ଚେକ୍ ପେମେଣ୍ଟ ଠାରୁ UPI ପେମେଣ୍ଟ ସିଷ୍ଟମ ଓ ଜି.ଏସ୍.ଟି. ରିଟର୍ଣ୍ଣ ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ଆସିଛି ।

୧. ଚେକ୍ ପେମେଣ୍ଟ ସିଷ୍ଟମ୍: ଜାନୁୟାରୀ ୧, ୨୦୨୧ ଠାରୁ ଚେକ୍ ପେମେଣ୍ଟ (cheque payment) ସହିତ ଜଡ଼ିତ ନିୟମ ପରିବର୍ତ୍ତନ ହୋଇଛି । ପଜିଟିଭ୍ ପେ ସିଷ୍ଟମ୍ (Positive Pay System) ଅଧୀନରେ ଚେକ ପେମେଣ୍ଟ ମାଧ୍ୟମରେ ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଦେୟ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପୁଣି ଥରେ ସୁନିଶ୍ଚିତ କରିବାକୁ ପଡ଼ୁଛି । ହେଲେ ଏହା ଆକାଉଣ୍ଟଧାରୀଙ୍କ ଉପରେ ନିର୍ଭର କରିବ ଯେ ସେ ଏହି ସୁବିଧା ପାଇବାକୁ ଚାହଁଛନ୍ତି କି ନା । ଚେକ୍ ପ୍ରଦାନ କରୁଥିବା ବ୍ୟକ୍ତି ଏହି ସୂଚନା ଇଲେକ୍ଟ୍ରୋନିକ୍ ମାଧ୍ୟମ ଯଥା SMS, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଏଟିଏମ୍ ମାଧ୍ୟମରେ ପ୍ରଦାନ କରିପାରିବେ ।

୨. କଣ୍ଟାକ୍ଟଲେସ୍ କାର୍ଡ଼ କାରବାର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଯୋଗାଯୋଗହୀନ କାର୍ଡ଼ (contactless card) ଦେୟର ସୀମାକୁ ୨,୦୦୦ ଟଙ୍କାରୁ ବଢ଼ାଇ ୫,୦୦୦ ଟଙ୍କା କରିଛି । ଏହା ୧ ଜାନୁୟାରୀ ୨୦୨୧ରୁ କାର୍ଯ୍ୟକାରୀ ହୋଇଛି । ଡେବିଟ୍ ଓ କ୍ରେଡିଟ୍ କାର୍ଡ଼ ଦ୍ୱାରା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ପାଇଁ ଆଉ ପିନ୍ ଦେବା ଦରକାର ନାହିଁ ।

୩. କାର୍ ମହଙ୍ଗା ହେଉଛି: ଅଟୋମୋବାଇଲ୍ କମ୍ପାନୀଗୁଡ଼ିକ ଜାନୁଆରୀ ୨୦୨୧ରୁ ସେମାନଙ୍କର ଅନେକ କାର୍ ମଡେଲର ଦାମ୍ ବୃଦ୍ଧି କରିବାକୁ ଯାଉଛନ୍ତି । ଏହା ପରେ କାର୍ କିଣିବା ପୂର୍ବ ଅପେକ୍ଷା ମହଙ୍ଗା ହେବ । ଏ ପର୍ଯ୍ୟନ୍ତ ମାରୁତି, ମହିନ୍ଦ୍ରା, ରେନଲ୍ଟ୍ ଓ ଏମ୍.ଜି. ମୋଟର ଦାମ୍ ବୃଦ୍ଧିର ଘୋଷଣା କରିସାରିଛନ୍ତି ।

୪. ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ୍ କରିବା ପାଇଁ ଶୂନ୍ୟ ଲଗେବାକୁ ହେଉଛି (call from landline phone to mobile phone): ଯଦି ଆପଣ ଜାନୁଆରୀ ୧ ପର ଠାରୁ ଲାଗୁ ହୋଇଥିବା ନିୟମ ଅନୁସାରେ ଲ୍ୟାଣ୍ଡଲାଇନ ଫୋନରୁ କୌଣସି ମୋବାଇଲ୍ ନମ୍ବରକୁ ଫୋନ୍ ଲଗାଇବାକୁ ହେଲେ ଲୋକଙ୍କୁ ଏଥି ପାଇଁ ୦ (ଶୂନ୍ୟ) ବ୍ୟବହାର କରିବାକୁ ପଡ଼ୁଛି । ଶୂନ୍ୟ ନ ଲଗାଇଲେ ଆପଣଙ୍କର କଲ୍ ହୋଇପାରିବ ନାହିଁ ।

୫. ବିଜୁଳି ସଂଯୋଗ (electricity connection): ଶକ୍ତି ମନ୍ତ୍ରଣାଳୟ ଉପଭୋକ୍ତା ଅଧିକାର ନିୟମ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି । ଏହା ପରେ ବିଜୁଳି ବିତରଣ କମ୍ପାନୀଗୁଡିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗ୍ରାହକଙ୍କୁ ସେବା ଯୋଗାଇବାକୁ ପଡ଼ିବ । ଯଦି ସେମାନେ ତାହା କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଗ୍ରାହକଙ୍କୁ ଜରିମାନା ଦେବାକୁ ପଡ଼ିପାରେ ।

୬. ମ୍ୟୁଚୁଆଲ୍ ଫଣ୍ଡ୍ (Mutual Funda) ନିବେଶ ପାଇଁ ନିୟମ ପରିବର୍ତ୍ତନ: SEBI ମଲ୍ଟିକ୍ୟାପ୍ ମ୍ୟୁଚୁଆଲ୍ ଫଣ୍ଡ ପାଇଁ ସମ୍ପତ୍ତି ଆବଣ୍ଟନର ନିୟମରେ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁଯାୟୀ ୭୫ ପ୍ରତିଶତ ପାଣ୍ଠି ବର୍ତ୍ତମାନ ଇକ୍ୱିଟିରେ ବିନିଯୋଗ କରିବାକୁ ପଡ଼ିବ, ଯାହା ପୂର୍ବରୁ ସର୍ବନିମ୍ନ ୬୫ ପ୍ରତିଶତ ଥିଲା । SEBIର ନୂଆ ନିୟମ ଅନୁଯାୟୀ ମଲ୍ଟି କ୍ୟାପ୍ ପାଣ୍ଠିର ଗଠନରେ ପରିବର୍ତ୍ତନ ହେବାକୁ ଯାଉଛି ।

୭. UPI ପେମେଣ୍ଟରେ ପରିବର୍ତ୍ତନ: ଜାନୁୟାରୀ ୧, ୨୦୨୧ରୁ UPI ମାଧ୍ୟମରେ ଦେୟ ମହଙ୍ଗା ହୋଇଛି । ଥର୍ଡ଼ ପାର୍ଟି ଦ୍ୱାରା ପରିଚାଳିତ ଏପ୍ସଗୁଡ଼ିକ ଉପରେ ଅତିରିକ୍ତ ଚାର୍ଜ ଲାଗୁ ହୋଇଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି ।

୮. GST ରିଟର୍ଣ୍ଣର ନିୟମ ବଦଳିଛି: ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କୁ ସରଳ, ତ୍ରୈମାସିକ GST ରିଟର୍ଣ୍ଣ ଫାଇଲ୍ କରିବାର ସୁବିଧା ମିଳୁଛି । ନୂଆ ନିୟମ ଅନୁଯାୟୀ ଯେଉଁ ବ୍ୟବସାୟୀଙ୍କ କାରବାର ୫ କୋଟି ଟଙ୍କାରୁ କମ୍ ସେମାନଙ୍କୁ ପ୍ରତି ମାସରେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ ।

୯. ସରଳ ଜୀବନ ବୀମା ପଲିସି ଆରମ୍ଭ ହେଉଛି: ଜାନୁଆରୀ ୧ ପରେ ଆପଣଙ୍କୁ କମ୍ ପ୍ରିମିୟମରେ ବୀମା କିଣିବାର ସୁଯୋଗ ମିଳିବାକୁ ଯାଉଛି । IRDAI ସବୁ କମ୍ପାନୀକୁ ସରଳ ଜୀବନ ବୀମା ଆରମ୍ଭ କରିବାକୁ କହିଛି । ଆରୋଗ୍ୟ ସଞ୍ଜୀବନୀ ନାମକ ଏକ ଷ୍ଟାଣ୍ଡାର୍ଡ଼ ନିୟମିତ ସ୍ୱାସ୍ଥ୍ୟ ବୀମା ଯୋଜନା ଉପସ୍ଥାପନ କରିବା ପରେ ଏକ ଷ୍ଟାଣ୍ଡାର୍ଡ଼ ଜୀବନ ବୀମା ପ୍ରଦାନ କରିବାକୁ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।