ପୁଲୱାମା ଆକ୍ରମଣକୁ ୪ ବର୍ଷ। ସହିଦ ବୀର ଯବାନଙ୍କୁ ମନେପକାଉଛି ସାରା ଦେଶ। ଆଜି ପ୍ରେମର ଦିବସ ଭାଲେଣ୍ଟାଇନ୍ ଡେ। ଆଜି ପ୍ରେମୀ ଯୁଗଳ ପରସ୍ପରକୁ କରିବେ ପ୍ରେମ ନିବେଦନ। ବିବାହର ୪ ଦିନ ନପୂରୁଣୁ ଚାଲିଗଲା ନବ ଦମ୍ପତିଙ୍କ ଜୀବନ। ବ୍ରହ୍ମପୁର ଗୋଳନ୍ଥରା ଥାନା ଆଗରେ ଟ୍ରାକ୍ଟର ଧକ୍କାରେ ୨ ମୃତ। ଗତ ୧୦ରେ ବ୍ରହ୍ମପୁରର ସିଏଚ. ପ୍ରଭଲିକା ଓ ଇଚ୍ଛାପୁରର ଜି.ବେଣୁଙ୍କର ହୋଇଥିଲା ବିବାହ। ଟ୍ରାକ୍ଟର ଡ୍ରାଇଭର ଫେରାର, ପୋଲିସର ତଦନ୍ତ ଜାରି । ଉତ୍କଳ ବିଶ୍ବବିଦ୍ୟାଳୟ ଗଣ୍ଡଗୋଳ ଘଟଣା। ଗିରଫ ମାନସ ସାହୁ ଓ ସଞ୍ଜୟ ମଲ୍ଲିକ କୋର୍ଟ ଚାଲାଣ ପରେ ଗଲେ ଜେଲ। ଏକାଧିକ ଦଫାରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା। ପୂର୍ବରୁ ଅଣଛାତ୍ର ଦର୍ଶାଇ ସାରିଛି ପୋଲିସ। କ୍ୟାବିନେଟ ନିଷ୍ପତ୍ତି। ନିଯୁକ୍ତ ହେବେ ୬ ହଜାରରୁ ଅଧିକ ଶିକ୍ଷକ। ଜଟଣୀରେ ହେବ VKSM ବିଶ୍ବବିଦ୍ୟାଳୟ, ୪୦ ଏକର ଜମି ଦେବେ ରାଜ୍ୟ ସରକାର। ମୁଣ୍ଡଳୀରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଅନୁମୋଦନ। ଉଡ଼ାଣ ସ୍କିମ୍ରେ ଭୁବନେଶ୍ବର ଆସୁଥିବା ବିମାନକୁ ଇନ୍ଧନରେ ଛାଡ଼ କରାଯିବ ଭାଟ୍। କେବେ କମିବ ତୁର୍କୀ-ସିରିଆର ଦୁଃଖ। ୭ ଦିନ ପରେ ବି ବଢୁଛି ମୃତ୍ୟୁ ସଂଖ୍ୟା। ଭୂକମ୍ପ ନେଲାଣି ୩୫ ହଜାରରୁ ଅଧିକ ଜୀବନ। ଏବେ ବି ମାଟିତଳେ ଫସି ରହିଛନ୍ତି ହଜାର ହଜାର ଲୋକେ। ଗ୍ରାଉଣ୍ଡ ଜିରୋରେ ଅପରେସନ "ଦୋସ୍ତ"। ଚାଲିଛି ଉଦ୍ଧାର କାର୍ଯ୍ୟ