ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ବଳିଆର ଭୂଜଙ୍କ ତାଳଧ୍ବଜ ରଥ ଆନନ୍ଦିତ ଓ ଉଲ୍ଲାସିତ ମନରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଦାରୁବ୍ରହ୍ମଙ୍କ ନନ୍ଦିଘୋଷ ରଥ ଆଜି ମା' ଗୁଣ୍ଡିଚା ରାଣୀଙ୍କ ଘରକୁ ଯିବାକୁ ବ୍ୟାକୁଳ କାଳିଆ... ଆଜି ମା' ଗୁଣ୍ଡିଚା ରାଣୀଙ୍କ ଘରକୁ ଯିବାକୁ ବ୍ୟାକୁଳ କାଳିଆ...ବିଳମ୍ବ ନକରି ଭକ୍ତଙ୍କ ମେଳରେ, ଆନନ୍ଦିତ ମନରେ ଆଗେଇ ଚାଲିଛି ମହାବାହୁଙ୍କ ରଥ... ତୋ ରଥଦଉଡ଼ିକୁ ଧରୁ ଧରୁ ଚାଲିଯାଆନ୍ତା କି ଜୀବନରେ, ମୋ ଚକାନୟନ ରେ ବଂଶୀବଦନ ବଡ଼ଦାଣ୍ଡରେ ରଥାରୁଡ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରଥ ଟାଣିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭକ୍ତି ରସରେ ଉନ୍ମାଦିତ ପରିବେଶ ମଧ୍ୟରେ ବଡ଼ଦାଣ୍ଡରେ ଗଡ଼ୁଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭକ୍ତ ଆଜି କହୁଛି ରଥ ଟାଣୁଥିବି ମୁଁ ଟାଣି ନେଉଥିବି ତୋ ନାମ ଗାଇରେ କାଳିଆ ସୁନା ଆରମ୍ଭ ହେଲା ରଥଟଣା..ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ବ ରଥ ଗଜପତି ମହାରାଜ ଛେରାପହଁରା କରୁଥିବାର ଦେଖନ୍ତୁ ସୁନ୍ଦର ଦୃଶ୍ୟ ଖରା ପ୍ରକୋପରେ ୧୦ରୁ ଉର୍ଦ୍ଧ୍ବ ଅଂଶୁଘାତରେ ଅସୁସ୍ଥ ହୋଇଛନ୍ତି...ଚିକିତ୍ସା ପରେ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ସମୁଦ୍ରରେ ଗାଧୋଇବା ସମୟରେ ୭ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି...୪୭ଜଣଙ୍କୁ ଚିକିତ୍ସା ପାଇଁ ଅଣାଯାଇଛି ଭକ୍ତଙ୍କ ଭିଡ଼ ଭିତରେ ବଡ଼ଦାଣ୍ଡରେ ଛିଡ଼ା ହୋଇଛି ତିନି ରଥ ଶ୍ରୀମସ୍ତକରେ ଟାହିଆ ସୁଶୋଭିତ ବେଗି ବେଗି ଯିବା ସଙ୍ଗାତ...କାଳେ_ରଥଟଣା_ହେବ_ଶେଷ ତୁମ ବିନା ଜଗନ୍ନାଥ ଆଉ କିଛି ନାହିଁ ବୋଲି...ନନ୍ଦିଘୋଷ ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥକୁ ପ୍ରଭୁ ଶ୍ରୀ ମଦନମୋହନ ଏବଂ ରାମକୃଷ୍ଣ ରଥକୁ ବିଜେ କରୁଥିବାର ଦୃଶ୍ୟ ଭକ୍ତିର ଅର୍ଘ୍ୟରେ ସ୍ନାନ କରୁଛି ଶ୍ରୀକ୍ଷେତ୍ର...ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ମନୋରମ ଦୃଶ୍ୟ ଭକ୍ତିମୟ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେଲେ ଶ୍ରୀଜିଉ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭକ୍ତିମୟ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେଲେ ଶ୍ରୀଜିଉ ଶ୍ରୀମନ୍ଦିରଠୁ ବି ଆଜି ଅଧିକ ସୁନ୍ଦର ଦିଶୁଛି ନନ୍ଦିଘୋଷ ରଥକାରଣ ଭାବବିନୋଦିଆ ମନ୍ଦିର ଛାଡ଼ି ରଥକୁ ଆସୁଛନ୍ତି । ମହାପ୍ରଭୁଙ୍କ ଦ୍ବାଗତ ପାଇଁ ସଜେଇ ହୋଇଛି ବଡ଼ଦାଣ୍ଡ । ରଙ୍ଗୋଲି କହୁଛି, ହେ ମହାବାହୁ ଆପଣ ଜଲ୍ଦି ଚାଲିଆସନ୍ତୁ, ଆଉ ଅପେକ୍ଷା କରିହେଉନି ସୁନ୍ଦର ପୁଷ୍ପମାଳାର ଭବ୍ୟ ତୋରଣ ସଦୃଶ ସାଜସଜ୍ଜିତ ଶ୍ରୀମନ୍ଦିରର ସିଂହଦ୍ୱାର । #କାଳିଆ_ତୋ_ଦରଶନ_ଟିକେ_ଦେ...ଚକାଆଖିର ସେହି ଟିକେ ଝଲକ ଦେଖିବା ପାଇଁ ନାଚି ନାଚି ବିଭୋର ଭକ୍ତ ଆମେ ବଡ଼ ଦେଉଳର ପାରା, ନୀଳଚକ୍ର ଆମ ଆସରା । ମହାପ୍ରଭୁ ବଡ଼ ଦେଉଳ ଛାଡ଼ି ଚାଲିଆସୁଛନ୍ତି ଆମେ କେମିତି ରହିପାରିବୁ । ପ୍ରତିବର୍ଷ ଆଷଢ଼ ଦ୍ଵିତୀୟାରେ ରଥଯାତ୍ରା ପାଳନ କରାଯାଏ। ପହଣ୍ଡି ବିଜେ ପୂର୍ବ ଆୟୋଜନ ରଥାରୂଢ଼ ପୂର୍ବରୁ ଚାଲିଛି ନୀତିକାନ୍ତି ଭଗବାନଙ୍କ ଦର୍ଶନ ପାଇଁ ବିମୋହିତ ଭକ୍ତଗଣ କାଳିଆ ସାଆନ୍ତ ମୋ ଯିବ ମାଉସୀ ଘର..ସେବାୟତ ମାନଙ୍କ ଦ୍ୱାରା ଚାଳିଛି ସେବା କାର୍ଯ୍ଯ ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିରର ସିଂହଦ୍ୱାର । ସିଂହଦ୍ୱାର ସମ୍ମୁଖରେ ଶ୍ରୀଜିଉଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ । ତୋ ପାଇଁ ବାନ୍ଧିବି ପାଦେ ଘୁଙ୍ଗୁର...ଖୁସିରେ ନାଚି ନାଚି କାଳିଆକୁ ସ୍ୱାଗତ କରୁଛି ନର୍ତ୍ତକୀ ମୁଁ ମୋ ଭଗବାନଙ୍କର ରକ୍ଷା କରିବି..ବଡ଼ ଦାଣ୍ଡରେ ହନୁମାନଙ୍କ ବେଶରେ ଜଣେ ଭକ୍ତ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି, କୋଳାହଳରେ ପୂରି ଉଠୁଛି ବଡଦାଣ୍ଡ । ମୃଦଙ୍ଗ ବାଜୁଛି, କୀର୍ତ୍ତନ ଚାଲିଛି । ଭାବରେ ଭକ୍ତ ଚାହିଁ ରହିଛି, କେତେବେଳେ ରଥକୁ ଆସିବ ମୋ କାଳିଆ ଠାକୁର, ତାକୁ ଦେଖିବାକୁ ପରା ମନ ବ୍ୟାକୁଳ । ରଥଯାତ୍ରା ସକାଶେ ବଡ଼ ଦାଣ୍ତ ଓ ମାଉସୀ ମା ମନ୍ଦିର ସାମ୍ନାରେ ସୁନ୍ଦର ସଜ୍ଜିତ ହୋଇଛି। ଏନେଇ ପୁରୀ ବଡ଼ ଦେଉଳ ମଧ୍ୟ ଫୁଲରେ ଚମକି ଉଠୁଛି। କଥାରେ ରଥଚେ ବାମନଂ ଦୃଷ୍ଟା ପୁନଃ ଜନ୍ମ ନ ଲଭନ୍ତେ। ରଥ ଉପରେ ଅଧିଷ୍ଠିତ ଜଗନ୍ନାଥଙ୍କୁ ଦେଖିଲେ ସବୁ ପାପ କ୍ଷୟ ହୋଇଯାଏ ବୋଲି ପୁରାଣରେ ରହିଛି। ପ୍ରାୟ ୯ ଦିନ ପରେ ମାଉସୀ ମା ଫେରନ୍ତି ମହାପ୍ରଭୁ। ତାହାକୁ ଗୁଣ୍ଡିଚା ଯାତ୍ରା କୁହାଯାଏ। ଗୁଣ୍ଡିଚା ପରଦିନକୁ ଧୁଳିଆ ଗୁଣ୍ଡିଚା ବୋଲି କୁହାଯାଏ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ୧୮୦ ପ୍ଲାଟୁନ ଫୋର୍ସ, ୧ହଜାର ପୁଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ବ ନ୍ୟସ୍ତ କରାଯାଇଛି।