ଅଯୋଧ୍ୟାରେ ରାମ ମନ୍ଦିରର (Ayodhya Ram Temple) ଭୂମି ପୂଜନ ସମାରୋହରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ନିର୍ମାଣ ପୂର୍ବରୁ ରାମ ମନ୍ଦିରର ଯୋଜନାର କିଛି ଫଟୋ (Ayodhya Ram Temple Photos) ସାମନାକୁ ଆସିଛି । ସେସବୁ ଦେଖି ଏହି ମନ୍ଦିର ଯେ କେତେ ଭବ୍ୟ ହେବାକୁ ଯାଉଛି ତା’ର ଅନୁମାନ ଆପଣ ଲଗେଇ ପାରିବେ ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଶୁଭ ମୁହୂର୍ତ୍ତରେ ଭୂମି ପୂଜନ ପରେ ଏକ ରୂପା ଇଟା ରଖି ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହା ସହିତ ମନ୍ଦିରର ମୂଳଦୁଆରେ ଏକ ଟାଇମ୍ କ୍ୟାପସୁଲ ବି ରଖାଯାଇଥିଲା । ତିନିଦିନିଆ ରାମ ଜନ୍ମଭୂମି ପୂଜନ ସମାରୋହ ସୋମବାର ସକାଳ ୯ଟାରୁ ଆରମ୍ଭ ହୋଇଯାଇଥିଲା । କରୋନା ଭାଇରସ୍ ମହାମାରୀ ଯୋଗୁଁ କେବଳ ସୀମିତ ସଂଖ୍ୟକ ଲୋକ ଏହି କାର୍ଯ୍ୟକ୍ରମର ଅଂଶ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଭୂମି ପୂଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
କୋଟି କୋଟି ଲୋକ ନିଜ ଘରେ ରହି ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନର ଲାଇଭ୍ ଟେଲିକାଷ୍ଟ ଦେଖିଥିଲେ । ଭୂମି ପୂଜନ ଡିଡି ନ୍ୟାସନାଲ ଓ ଡିଡି ନ୍ୟୁଜରେ ସିଧା ପ୍ରସାରଣ ହୋଇଥିଲା । ଏଥି ସହିତ ଡିଡି ନ୍ୟୁଜକୁ ଶ୍ରେୟ ଦେଇ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ବି ଏହି ସମାରୋହ ପ୍ରସାରିତ ହୋଇଥିଲା । ପ୍ରସାର ଭାରତୀ ରବିବାର ଦିନ ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ ସମାରୋହର ଲାଇଭ୍ ଷ୍ଟ୍ରିମିଂ ବିଷୟରେ ସୂଚନା ଦେଇଥିଲା । କାର୍ଯ୍ୟକ୍ରମଗୁଡିକର କ୍ରମାଗତ କଭରେଜ୍ ddnews.gov.in ଓ DD India Live ରେ ସକାଳ ୬ଟାରୁ ଆରମ୍ଭ ହୋଇଯାଇଥିଲା ।
ଏହି ସବୁ ମଧ୍ୟରେ ଭଗବାନ ଶ୍ରୀରାମଙ୍କ ପୂଜା ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଥିଲା । କାଶୀ ଓ ଅଯୋଧ୍ୟାର ନଅ ବେଦାଚାର୍ଯ୍ୟ ରାମଙ୍କ ପୂଜା କରି ଭଗବାନ ରାମଲାଲାଙ୍କୁ ମନ୍ଦିର ସ୍ଥଳକୁ ଆସିବାକୁ ଆମନ୍ତ୍ରଣ କରାଯାଇଥିଲା । ଏହା ବ୍ୟତୀତ ମଙ୍ଗଳବାର ଠାରୁ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ରାମାୟଣ ପାଠ ଆରମ୍ଭ ହୋଇଛି । ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (Yogi Adityanath) ନିବେଦନ କ୍ରମେ ମଥୁରା, କାଶୀ, ଚିତ୍ରକୂଟ, ପ୍ରୟାଗରାଜ, ନୈମିଶାରଣ୍ୟ ଓ ଗୋରଖପୁରରେ ଅଖଣ୍ଡ କୀର୍ତ୍ତନ ଓ ରାମାୟଣର ପାଠ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଲକ୍ଷ୍ନୌରେ ମୁଖ୍ୟ ମନ୍ତ୍ରୀଙ୍କ ନିବାସରେ ମଙ୍ଗଳବାର ଠାରୁ ଦୀପାବଳି ପାଳନ କରାଯାଉଛି ।
ଭୂମି ପୂଜନର ଠିକ୍ ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆରଏସଏସ (RSS) ମୁଖ୍ୟ ମୋହନ ଭଗବତଙ୍କୁ (Mogan Bhagwat) ପ୍ରଧାନ ମନ୍ତ୍ରୀଙ୍କ ପୂର୍ବରୁ ସମ୍ବୋଧନ କରିଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ସେ କେବଳ ରାମ ମନ୍ଦିର ସହ ଜଡ଼ିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ପ୍ରଧାନ ମନ୍ତ୍ରୀ ରାମ ନଗରୀରେ ପ୍ରାୟ ତିନି ଘଣ୍ଟା ବିତାଇଥିଲେ ।