ଦେଶର ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ପ୍ରଧାନ ମନ୍ତ୍ରୀ ଭାବରେ ଜଣେ ନେତା ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ଯଦିଓ ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ଠାରୁ ରାଜୀବ ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀ ପ୍ରଧାନ ମନ୍ତ୍ରୀ ଭାବରେ ଅଯୋଧ୍ୟା ଗସ୍ତ କରିଥିଲେ, ତଥାପି ସେମାନେ ରାମ ଜନ୍ମଭୂମି ଠାରୁ ଦୂରତ୍ୱ ରଖିଥିଲେ । ନରେନ୍ଦ୍ର ମୋଦି ଦେଶର ପ୍ରଧାନ ମନ୍ତ୍ରୀ ରୂପେ ଆଜି ରାମ ମନ୍ଦିରର ଭୁମି ପୂଜନ କରିଛନ୍ତି ।