ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ । ସକାଳୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ମନ୍ଦିର ନିକଟରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନିତ କରାଯାଇଥିଲା । ସେବାୟତ ଓ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ତାପରେ ସେ ଚାଲିଚାଲି ବିନ୍ଦୁ ସାଗର ନିକଟକୁ ଯାଇଥିଲେ । ପାଦରେ ଚାଲିଚାଲି ରାଷ୍ଟ୍ରପତି ବିନ୍ଦୁ ସାଗର ନିକଟକୁ ଯାଇଛନ୍ତି । ଏହା ତାଙ୍କ କାର୍ଯ୍ୟସୂଚୀ ନଥିଲେ ମଧ୍ଯ ପ୍ରୋଟୋକଲ ସହ ତାଙ୍କୁ ବିନ୍ଦୁସାଗରଙ୍କ ନିକଟକୁ ନିଆଯାଇଥିଲା । ଲିଙ୍ଗରାଜ ମନ୍ଦିର ଦର୍ଶନ ପରେ ଓଡ଼ିଆରେ ଭିଭିଆଇପି ବୁକରେ ଦସ୍ତଖତ କଲେ ରାଷ୍ଟ୍ରପତି। ସେବାୟତଙ୍କୁ ପ୍ରଦାନ କଲେ ଉତ୍ତରୀୟ ବସ୍ତ୍ର... ଦେଶବାସୀଙ୍କ ସୁଖ. ସମୃଦ୍ଧି ତଥା ବିଶ୍ୱ କଲ୍ଯାଣ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି । ଉପସ୍ଥିତ ସାଧାରଣ ଲୋକଙ୍କୁ ଭେଟୁଛନ୍ତି ରାଷ୍ଟ୍ରପତି । ମନ୍ଦିର ପ୍ରଶାସନ ଓ ଅଧିକାରୀଙ୍କ ସହ ଆଲୋଚନା ସମୟର ଦୃଶ୍ଯ । ଦର୍ଶନ ପରେ ରାଷ୍ଟ୍ରପତିଙ୍କୁ ସ୍ମାରକୀ ପ୍ରଦାନ । ଦେଶବାସୀଙ୍କ ସୁଖ. ସମୃଦ୍ଧି ତଥା ବିଶ୍ୱ କଲ୍ଯାଣ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ।