ନୟାଗଡ଼ର ନାବାଳିକା ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଗିରଫ ହେବା ପରେ ତା’ ଘର ପଛ ପଟେ ଥିବା ପୋଖରୀରେ ପ୍ରମାଣର କେତେକ ଅଂଶ ଖୋଜା ଚାଲିଥିବା ବେଳେ SIT ମୁଖ୍ୟ ତଥା ବରିଷ୍ଠ IPS ଅଫିସର୍ ଅରୁଣ ବୋଥ୍ରାଙ୍କ ସାମନାକୁ ଆସିଥଲେ ସରୋଜର ମା’ ଶୈଳବାଳା ସେଠୀ । ସେ ବୋଥ୍ରାଙ୍କ ପାଦ ତଳେ ଲୋଟିଯାଇଥିଲେ ।