ପୁରୀ ଶ୍ରୀଜଗନ୍ନାଥଙ୍କର ଓ ଅନ୍ୟ ପ୍ରସିଦ୍ଧ ଦେବତାମାନଙ୍କର ସବୁ ଶ୍ରେଣୀର ଶୂଦ୍ର ଓ ବ୍ରାହ୍ମଣ ସେବକ ନିୟୋଜିତ ଅଛନ୍ତି। ବଡ଼ ଦେଉଳରେ ବର୍ତ୍ତମାନ ପ୍ରାୟ ୯୭ ପ୍ରକାର ମହିଳା ଓ ପୁରୁଷ ସେବକ (ବ୍ରଜକିଶୋର ଘୋଷଙ୍କ ସଂକଳିତ ଇଂରାଜୀ ଭାଷାରେ ଲିଖିତ ପୁରୀର ଇତିହାସରୁ ସଂଗୃହୀତ) ରହିଛନ୍ତି। କିନ୍ତୁ ମାଦଳା ପାଞ୍ଜିରେ ବର୍ଣ୍ଣିତ ଥିବା ସେବକ ଓ ସେବାମାନଙ୍କର ସେଥିମଧ୍ୟରୁ କେତେକ ନିଯୋଗଙ୍କ ବାବଦରେ ତଳେ ଉଲ୍ଲେଖ କରାଯାଇଛି। ଦଇତା ନିଯୋଗ - ଦୁର୍ଗା ଦାସ ମହାପାତ୍ର ଓ ରବୀନ୍ଦ୍ର ଦାସ ମହାପାତ୍ରଙ୍କ ନେତୃତ୍ୱରେ ରଖାଯାଇଛି। ପୌରାଣିକ ଅନୁସାରେ ଯେ ଦଇତାପତିମାନଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଘନିଷ୍ଠ ସମ୍ପର୍କୀୟ ଭାବରେ ବିବେଚନା କରାଯାଏ। ସେମାନେ ହେଉଛନ୍ତି ଶବରା ଅଧିନାୟକ ବିଶ୍ୱବାସୁଙ୍କର ବଂଶଧର, ଯିଏ ପୁରୀର ମନ୍ଦିରକୁ ଆସିବା ପୂର୍ବରୁ ଜଗନ୍ନାଥଙ୍କୁ ପୂଜା କରୁଥିଲେ।