କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ ରହିଛି ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ବା ରଘୁନାଥ ଜୀଉ ମନ୍ଦିର । କାଞ୍ଚି ବିଜୟର ସେନାପତି କେନ୍ଦୁଝରର ରାଜା ଗୋବିନ୍ଦ ଭଞ୍ଜ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ । କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ ରହିଛି ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ବା ରଘୁନାଥ ଜୀଉ ମନ୍ଦିର । କାଞ୍ଚି ବିଜୟର ସେନାପତି କେନ୍ଦୁଝରର ରାଜା ଗୋବିନ୍ଦ ଭଞ୍ଜ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ । ସେତେବେଳେ ରାଜା ଗୋବିନ୍ଦ ଭଞ୍ଜ ପ୍ରତି ଦିନ ଘୋଡ଼ା ଚଢି଼ ରାଜ ଉଆସରୁ ରଘୁନାଥ ଜୀଉଙ୍କ ଦର୍ଶନ ପାଇଁ ବୀରଗୋବିନ୍ଦପୁର ଆସୁଥିଲେ । ମୁଖ୍ୟ ମନ୍ଦିରର ଗୋଟିଏ ପାର୍ଶ୍ବରେ ରାମେଶ୍ବର ମହାଦେବ ଓ ଅନ୍ୟ ପାର୍ଶ୍ବରେ ରହିଛି ଏକ ଜଗନ୍ନାଥଙ୍କ ମନ୍ଦିର । ପୂର୍ବରୁ ଦୋଳ ପୂର୍ଣ୍ଣିମାରେ ବିମାନରେ ବସି ପ୍ରଭୁ ଶ୍ରୀରାମ ଏହି ମନ୍ଦିରରୁ ବାହାରି ଆନନ୍ଦପୁର ସହର ପରିକ୍ରମା କରୁଥିଲେ । ସାତ ଦିନ ଧରି ପାଳିତ ହେଉଥିବା ରାମ ନବମୀ ଆଦିବାସୀ ନୃତ୍ୟ, ପାଲା, ଭଜନ ଓ କୀର୍ତ୍ତନ ଆଦିରେ ଅଞ୍ଚଳ ମୁଖରିତ ହୋଇ ଉଠୁଥିଲା । ମନ୍ଦିରର ସବୁ ରୀତିନୀତି ବହୁ ଜାକଜମକରେ ଅନୁଷ୍ଠିତ ହେଉଥିଲା । ହେଲେ ଏବେ ତା’ର କାଣିଚାଏ ମଧ୍ୟ ନାହିଁ । ୧୯୭୨ ମସିହାରେ ରଘୁନାଥ ଜୀଉ ମନ୍ଦିର ଦେବୋତ୍ତର ବିଭାଗକୁ ହସ୍ତାନ୍ତର ହେଲା । ଏହା ପରେ ମନ୍ଦିର ସମ୍ପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ସରଞ୍ଜାମ ଅଭାବରୁ ମନ୍ଦିରର ରୀତିନୀତି, ପର୍ବ ପର୍ବାଣୀ, ଏପରିକି ରାମ ନବମୀ ଠିକ୍ ଭାବେ ପାଳିତ ହେଇ ପାରିଲା ନାହିଁ ।