ଉପେନ୍ଦ୍ର କୁମାର ପାହାଡ଼ ସିଂ ରେଡ଼ିଓରେ ଖବର ପଢ଼ି ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଥିବା ଉପେନ୍ଦ୍ର କୁମାର ପାହାଡ଼ ସିଂଙ୍କ ପରଲୋକ ହୋଇଛି । ‘‘ଆକାଶବାଣୀ...ଖବର ପଢ଼ୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ ସିଂ ।’’ ଏହି ଗୁରୁ-ଗମ୍ଭୀର ସ୍ବର ଆଉ ଶୁଭିବନି । ୮୪ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଗତ କିଛି ମାସ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ପାହାଡ଼ ସିଂ । ସେ ଗତ ପ୍ରାୟ ୪୦ ବର୍ଷ ଧରି ଦିଲ୍ଲୀରେ ରହିଆସୁଥଲେ । ୯୦ ଦଶକରେ ନିଜ ସ୍ବତନ୍ତ୍ର ଶୈଳୀରେ ସମ୍ବାଦ ପାଠ ପାଇଁ ଶ୍ରୋତାମାନଙ୍କ ନିକଟରେ ସେ ଖୁବ୍ ଆଦୃତ ହୋଇଥିଲେ । ତାଙ୍କର ଗମ୍ଭୀର ସ୍ବରରେ ସମ୍ବାଦ ଶୁଣିବା ପାଇଁ ଶ୍ରୋତା ଅପେକ୍ଷା କରି ରହୁଥିଲେ । ଖୋର୍ଦ୍ଧା ଅଞ୍ଚଳର ମୂଳ ନିବାସୀ ଉପେନ୍ଦ୍ର ପାହାଡ଼ସିଂଙ୍କ ପରଲୋକରେ ଶ୍ରୋତା ମହଲରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ।