ନୂଆକରି ଘୋଷିତ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ଓଡ଼ିଆ IAS ଅଫିସର୍ ଗିରୀଶ ଚନ୍ଦ୍ର ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ମୂଳ ବାସିନ୍ଦା ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅତି ଘନିଷ୍ଠ ଅଫିସର ଭାବେ ଜଣାଶୁଣା । ଜିଲ୍ଲାରେ ଝାଡଖଣ୍ଡର ରାଜ୍ୟପାଳ ଦୌପଦୀ ମୁର୍ମୁଙ୍କ ପରେ ଗିରିଶ ମୁର୍ମୁ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ୧୯୮୫ ବ୍ୟାଚ୍ର ଏଇ ଗୁଜରାଟ କ୍ୟାଡର IAS ଅଫିସର୍ଙ୍କୁ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଭାବେ ଶପଥ ପାଠ କରାଇଛନ୍ତି ଜାମ୍ମୁ ଓ କାଶ୍ମୀର ହାଇ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ । ମୁର୍ମୁଙ୍କ ମାଆ ପାର୍ବତୀ ଦେବୀ ଜଣେ ଅବରସରପ୍ରାପ୍ତ ପୋଷ୍ଟ୍ ମାଷ୍ଟର । ନିଜ ପୁଅ ଏତେ ବଡ଼ ପଦରେ ନିଯୁକ୍ତି ପାଇଛି ଜାଣି ସେ ବହୁତ ଖୁସି । ଗୋଟେ ଆଦିବାସୀ ପିଲା ଏତେ ବଡ଼ ସୁଯୋଗ ପାଇଲା ଏଇଟା ବହୁତ ବଡ଼ ଖୁସିର କଥା ବୋଲି ସେ କହିଛନ୍ତି । ମୁର୍ମୁମାନେ ସାନ୍ତାଳ ଜନଜାତିର ଲୋକ । ପାର୍ବତୀ ଓ ତାଙ୍କ ସ୍ୱର୍ଗତ ପତି ଭାଗବତ ମୁର୍ମୁଙ୍କ ଛଅ ପୁଅ ଓ ଦୁଇ ଝିଅଙ୍କ ଭିତରେ ଗିରିଶ ସବୁଠୁ ବଡ଼ । ଭାଗଭତ ରେଳ ଷ୍ଟେସନ୍ ମ୍ୟାନେଜର୍ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୧୭ ରେ ତାଙ୍କର ଦେହାନ୍ତ ହୋଇଥିଲା ।