ଅଗଷ୍ଟ ୫ରେ କାଶ୍ମୀରରୁ ଧାରା ୩୭୦ ହଟାଇବାକୁ ଭାରତ ସରକାରଙ୍କ ନିଷ୍ପତ୍ତିର ଏକ ବର୍ଷ ପୂରଣ ହୋଇଛି । ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର କାଶ୍ମୀରରୁ ଧାରା ୩୭୦ର ଅଧିକାଂଶ ବ୍ୟବସ୍ଥା ପ୍ରତ୍ୟାହାର କରି ଏହାର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ ଓ ରାଜ୍ୟକୁ ଦୁଇଟି ୟୁନିଅନ ଟେରିଟୋରୀରେ – ଜାମ୍ମୁ କାଶ୍ମୀର (Jammu Kashmir) ଏବଂ ଲଦ୍ଦାଖ (Ladakh) – ବିଭକ୍ତ କରିଥିଲେ । ଏହା ପରେ ମୁର୍ମୁ ୟୁନିଅନ ଟେରିଟୋରୀର ପ୍ରଥମ ଏଲ୍.ଜି. ଭାବରେ ନିଯୁକ୍ତ ହୋଇଥିଲେ ।