ଥ୍ରୀ ଆଇ ଅର୍ଥାତ ଇଣ୍ଟରନ୍ୟାସନାଲ ଇଣ୍ଡିଆନ୍ ଆଇକନ୍ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ସ୍ବାଗତିକା ମହାନ୍ତି । କାଲିଫର୍ଣ୍ଣିଆରେ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୩୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ସେପ୍ଟେମ୍ବର ୨୯ରୁ ୨ ଦିନ ଧରି କାଲିଫର୍ଣ୍ଣିଆରେ ଚାଲିଥିଲା ଏହି ପ୍ରତିଯୋଗିତା । ପ୍ରଥମେ ଅଡିସନ୍, ତା ପରେ ସେମିଫାଇନାଲ ଓ ଶେଷରେ ହୋଇଥିଲା ଫାଇନାଲ ରାଉଣ୍ଡ । ଯେଉଁଥିରେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ସ୍ବାଗତିକା ମହାନ୍ତି । ତାଙ୍କ ଡାକ ନାଆଁ ଲିପି । ଏହି କାର୍ଯ୍ୟକ୍ରମରେ ଜଜ୍ ଥିଲେ ହଲିଉଡ୍ ନିର୍ଦ୍ଦେଶକ ପରମଜିତ୍ ଗିଲ୍ ଓ ହାଜି ସ୍ପ୍ରିଙ୍ଗର୍ । ସ୍ବାଗିତକାଙ୍କ ଉଚ୍ଚକୋଟିର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ଉଭୟ ଜଜ୍ । ରେଭେନ୍ସାରେ କଲେଜ୍ର ଗ୍ରାଜୁଏଟ୍ ସ୍ବାଗତିକାଙ୍କ ବାପା ମାଆ କଟକ ସିଡିଏରେ ରହୁଛନ୍ତି । ସେହିପରି ତାଙ୍କୁ ଶାଶୁ ଶ୍ବଶୁର ଜଗତସିଂହପୁରରେ ବାସ କରୁଛନ୍ତି । ପିଲାଟି ଦିନୁ ଫେସନ ଓ ମଡେଲିଂ ପ୍ରତି ଆଗ୍ରହ ଥିଲା । ଆଉ ଏଦିଗରେ ଆଗକୁ ବଢ଼ିବାରେ ସବୁବେଳେ ତାଙ୍କ ସ୍ବାମୀ ସହଯୋଗ କରୁଥିବା କହୁଛନ୍ତି ସ୍ବାଗତିକା । ସେ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଶଂସିତ ହୋଇଛନ୍ତି । କଟକରେ ଜନ୍ମଗ୍ରହଣ କରିଥିବା ସ୍ବାଗତିକା ବର୍ତ୍ତମାନ କାଲିଫର୍ଣ୍ଣିଆରେ ସ୍ବାମୀ ଜ୍ୟୋତିରଞ୍ଜନ ସ୍ବାଇଁ ଓ ୭ ବର୍ଷର ପୁଅ ସ୍ବସ୍ତିକ ସ୍ବାଇଁଙ୍କ ସହ ରହୁଛନ୍ତି । ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୩୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।