‘ଡେଞ୍ଜରସ୍’ ଫିଲ୍ମରେ ଅପ୍ସରା ରାଣୀଙ୍କ ସହ ଅଭିନେତ୍ରୀ ନୈନା ଗାଙ୍ଗୁଲି (Naina Ganguly) ବି ନଜର ଆସିଛନ୍ତି । ଉଭୟ ଅଭିନେତ୍ରୀ ଏହି ଚଳଚ୍ଚିତ୍ରରେ ସାହସର ସବୁ ସୀମା ଅତିକ୍ରମ କରିଥିବା ଦେଖାଯାଇଛି । ଏହି ପରି ଅନେକ ବୋଲ୍ଡ ଦୃଶ୍ୟ କେବଳ ଟ୍ରେଲରରେ ହିଁ ଅଛି । ଏଥିରେ ନୈନା ଗାଙ୍ଗୁଲି ଓ ଅପ୍ସରା ରାଣୀଙ୍କ ମଧ୍ୟରେ ପ୍ରେମ ଦୃଶ୍ୟଗୁଡ଼ିକ (love-making scenes) ଚର୍ଚ୍ଚାରେ ଅଛନ୍ତି । ଉଭୟ ଅଭିନେତ୍ରୀ କେବଳ ଚୁମ୍ବନ ନୁହେଁ, ଲଭ୍-ମେକିଂ ଦୃଶ୍ୟରେ ବି ଖୁବ୍ ସହଜ ଲାଗୁଛନ୍ତି ।
ଫିଲ୍ମର ଟ୍ରେଲର୍ ରିଲିଜ୍ ହେବା ମାତ୍ରେ ସୋସିଆଲ୍ ମିଡି଼ଆରେ ଉତ୍ତେଜନା ପ୍ରକାଶ ପାଇଥିଲା । ଟ୍ରେଲରକୁ ସଙ୍ଗେ ସଙ୍ଗେ ଲକ୍ଷ ଲକ୍ଷ ଭ୍ୟୁ ମିଳିଥିଲା । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଡ଼େ ସାହସିକତାର ସହ ମହିଳାମାନଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କକୁ ଚିତ୍ରିତ କରାଯାଇଛି । ଫିଲ୍ମରେ ବହୁତ ବୋଲ୍ଡ ଦୃଶ୍ୟ ଅଛି, ଯାହା ଦର୍ଶକ ପୂର୍ବରୁ କୌଣସି ଭାରତୀୟ ଫିଲ୍ମରେ ଦେଖି ନ ଥିବେ ।