Big Breaking: ସକାଳ ଆରମ୍ଭ କରନ୍ତୁ ତାଜା ଖବରରୁ। ପଢ଼ିବା ପାଇଁ ଏଠାରେ କ୍ଲିକ କରନ୍ତୁ। ଭୂମିକମ୍ପ ଜୋନ୍-୩ରେ ଅନୁଗୁଳର ତାଳଚେର ବ୍ଲକ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ। ବିଧାନସଭାରେ ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ୨୦୦୬ରେ NDMA ଓ BMTPC ପକ୍ଷରୁ ଭୂମିକମ୍ପ ଆଟଲାସ୍ ହୋଇଛି ପ୍ରକାଶିତ। ବିଧାନସଭାରେ ନବ ଦାସ ହତ୍ୟା ମାମଲା। ଚାଲିଲା ୩ ଘଣ୍ଟା ବିତର୍କ। ଗୃହ ରାଷ୍ଟ୍ରମନ୍ତ୍ରୀ କହିଲେ, ସ୍ବଚ୍ଛତାର ସହ ଚାଲିଛି ତଦନ୍ତ। ଗୋପାଳଙ୍କୁ ମାନସିକ ବିକାରଗସ୍ତ ବୋଲି କହିନାହିଁ କ୍ରାଇମବ୍ରାଞ୍ଚ। ସିବିଆଇ ତଦନ୍ତ ଦାବିରେ ଅଟଳ ବିରୋଧୀ। ଋଷିଆ-ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷ। ୨୦୨୨, ଫେବୃଆରି ୨୪ରେ କିଭ୍ ଉପରେ ଆଟାକ୍ କରିଥିଲା ମସ୍କୋ। ଏବେ ବି ଯୁଦ୍ଧ ଭୂଇଁରେ ହେଉଛି ହେଉଛି ମିସାଇଲ୍ ମାଡ଼। ଛାରଖାର୍ ହୋଇଗଲାଣି ୟୁକ୍ରେନର ବଡ଼ ବଡ଼ ସହର। ସେଲିବ୍ରେସନ୍ ଡେ ପାଳନ କରିବେ ପୁଟିନ୍। ନୂଆ ରୂପ ପାଇଲା ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ। ସୌନ୍ଦର୍ଯ୍ୟକରଣ ପରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ୨୫ କୋଟି ଟଙ୍କା ପ୍ରକଳ୍ପରେ ବଦଳିଛି ଗାଁ। ନବୀନ କହିଲେ, ଗୋପବନ୍ଧୁ ଦାସ ଥିଲେ ଯୁଗ ପୁରୁଷ। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭାବବିହ୍ବଳ ହେଲେ ଛାତ୍ରୀ। ଆଜି ଆସିବ ରାଜ୍ୟ ବଜେଟ। ରାଜ୍ୟବାସୀଙ୍କ ନଜର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବ୍ରିଫକେସ୍ ଉପରେ। ଏଥର ବଜେଟ୍ରେ କେଉଁ ବର୍ଗଙ୍କୁ ଗୁରୁତ୍ବ ଦେବେ ରାଜ୍ୟ ସରକାର? ଆଗକୁ ନିର୍ବାଚନ। ତେଣୁ ଏଥର ବଜେଟ୍ରେ ଆସିପାରେ ନୂଆ ସ୍କିମ୍ ଏବଂ ନୂଆ ଯୋଜନା।