କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ଲିଖିତ ପ୍ରଶ୍ନରେ ମନ୍ତ୍ରୀ କହିଥିଲେ ରାଜ୍ୟରେ ନୂଆ ରାଜସ୍ବ ଜିଲ୍ଲା ଗଠନ ପାଇଁ ବିଭିନ୍ନ ସମୟରେ ପତ୍ର ଗୁଡ଼ିକ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାପ୍ତ ହୋଇଛି । ସମସ୍ତ ମାନ ଦଣ୍ଡକୁ ବିଚାରକୁ ନେଇ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂତନ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବି ଗୁଡ଼ିକ ଉପରେ ସରକାର ପଦକ୍ଷେପ ଗ୍ରହଣ କରିବେ।