Naba Das Last Rites: ନବ ଦାସଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ବାସଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ପୁଷ୍ପଗୁଚ୍ଛ ଦେଇ କଲେ ଶେଷ ଦର୍ଶନ। ନବ ଦାସଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ବାସଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ନବଙ୍କୁ ଶେଷ ବିଦାୟ ଦେଇଛନ୍ତି। ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ଲାଗିଛି ଆତ୍ମୀୟଙ୍କ ଭିଡ। ସମସ୍ତଙ୍କ ଆଖି ଲୁହରେ ଛଳ ଛଳ। ସ୍ବାମୀଙ୍କ ମର ଶରୀର ପାଖରେ ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି ପତ୍ନୀ। ଆଉ କହୁଛନ୍ତି ମୁ ପାଗଳ ହୋଇଯିବେ... କାହିଁ ଏକା ଛାଡ଼ି ଚାଲି ଯାଉଛ ମତେ। ରବିବାର ରାତି ପ୍ରାୟ ୯ଟା ସମୟରେ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମର ଶରୀର ବ୍ୟବଚ୍ଛେଦ ହେବା ପରେ ସେଠାରୁ ପ୍ରଥମେ ବିଧାନସଭାକୁ ଆଣାଯାଇଥିଲା।