ଅଭିଯୁକ୍ତ ସନ୍ନ୍ୟାସୀର ସ୍ତ୍ରୀ ଲକ୍ଷ୍ମୀ ପୋଲେଇ କହିଛନ୍ତି: ‘‘ମୁଁ ବାପଘରେ ଥିବା ବେଳେ ସେ (ସନ୍ନ୍ୟାସୀ) ମୋତେ ରାତିରେ ଫୋନ୍ କରି କହିଲା ଯେ ସେ ମା’କୁ ହାତୁଡ଼ିରେ ବାଡ଼େଇଛି । ମୁଁ ସକାଳେ ଆସି ପହଞ୍ଚି ଦେଖିଲି ଯେ ମା’ଙ୍କ ଦେହରେ ଜୀବନ ନାହିଁ । ସେ (ସନ୍ନ୍ୟାସୀ) ମୋଟେ ଭଲ ଲୋକ ନୁହେଁ । ସବୁ ବେଳେ ମଦ ପିଇ ଏମିତି ଝଗଡ଼ା କରେ । ତାକୁ କଠୋର ଦଣ୍ଡ ମିଳିବା ଉଚିତ ।’’