‘‘ପୋଲିସୱାଲେ ମାରିଛନ୍… ପୋଲିସବାଲେ ଘରକେ ଆସିକରି କଲର୍ ପେହଲେ ଖିଞ୍ଚିଲେ… ମୁଁ ଘରେ ଥିଲି । ମୋ’ର୍ ବରର କଲର୍ ଖିଞ୍ଚିଲେ । ଏଡ଼େ ବାଡ଼ି ଦି’ଟା ପୋଲିସ୍ ଧରିଥିଲେ । ତାକୁ ମାରିଲେ । ମାରିଲା ବେଳେ ମୋ’ ଶାସ୍ ଓ ମୋ’ ନଣନ୍ଦ ଛେକିଗଲେ, କହିଲେ ‘ଆଜ୍ଞା, ନା ମାରୁନ୍’ । ତା’ପରେ ସେମାନେ ତାକୁ ଥାନାକୁ ନେଇଗଲେ । ଆମେ ଡିମାଣ୍ଡ୍ କରୁଛୁ ଯେଉଁମାନେ ତାକୁ ମାରିଛନ୍ତି । ମୋ’ର ବରକେ ନ୍ୟାୟ ଦରକାର… ମୋତେ ପଇସା ଦରକାର୍ ନାଇଁ… ମୋତେ ସେ ସରକାରୀ ଚାକିରି ଦରକାର ନାଇଁ…’’ କହିଥିଲେ ହଠାତ୍ ବିଧବା ହୋଇଯାଇଥିବା ମହିଳା ।
ଏହି ସନ୍ଦେହଜନକ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ । ସେ କହିଛନ୍ତି ଯେ ପୋଲିସ ହେଫାଜତରେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ କେଉଁ କାରଣରୁ ଘଟିଛି ତା’ର ନିରପେକ୍ଷ ତଦନ୍ତ ହେବ । ଜଣେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଓ ଏଚ୍.ଆର୍.ପି.ସି. ମିଳିତ ଭାବେ ତଦନ୍ତ କରିବେ । ତଦନ୍ତ ରିପୋର୍ଟ ମିଳିବା ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଆଇଜି କହିଛନ୍ତି ।