ବଙ୍ଗାଳୀ ଅତିଥି ଭବନ ପାଇଁ ଚିହ୍ନଟ ଜମିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁସିବ୍ୟକ୍ତ କରିଥିବା ବେଳେ ସେହି ଜମିକୁ ନୂଆ ପୁରୀ କରିବାକୁ କହିଛନ୍ତି ମମତା । ସେପଟେ ତୃତୀୟ ସାମ୍ମୁଖ୍ୟକୁ ନେଇ ପ୍ରଶ୍ନର ଉତ୍ତରକୁ ରାଜନୈତିକ ପ୍ରସଙ୍ଗ କହି ଏଡାଇ ଯାଇଛନ୍ତି ମମତା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ପରେ ବଙ୍ଗାଳୀ ଅତିଥି ଭବନ ପାଇଁ ସମୁଦାୟ କେତେ ଜମି ରାଜ୍ୟ ସରକାର ଦେବେ ତାହା ଚୂଡାନ୍ତ ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଇପାରେ ।
ପୁରୀ ମୋ ପ୍ରଥମ ଘର ବୋଲି କହିବା ସହ ମହାପ୍ରଭୁ ମୋ ଠାକୁର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ଓଡିଶା ଗସ୍ତର ଦ୍ଵିତୀୟ ଦିନ ।ଜଗା ଦର୍ଶନ କଲେ,ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ପରିଦର୍ଶନ କଲେ,ଚିହ୍ନଟ ଜମିକୁ ନୂଆ ପୁରୀ କରିବାର କଥା କହିଲେ, ତୃତୀୟ ସାମ୍ମୁଖ୍ୟକୁ ନେଇ ପ୍ରଶ୍ନକୁ ରାଜନୈତିକ ପ୍ରସଙ୍ଗ କହି ଏଡାଇଗଲେ ।
ଗସ୍ତର ଦ୍ଵିତୀୟ ଦିନରେ ଶ୍ରୀମନ୍ଦିର ଯାଇ ଜଗାଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଵାନାର୍ଜୀ ।ଜଗାଦର୍ଶନ ପୂର୍ବରୁ ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ବେଙ୍ଗଲୀ ଅତିଥି ଭବନ ପାଇଁ ୫ ଏକର ଚିହ୍ନଟ ଜମି ଅନୁଧ୍ୟାନ କରିଛନ୍ତି ମମତା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ପରେ କେତେ ପରିମାଣର ଜମି ଯୋଗାଇବେ ରାଜ୍ୟ ସରକାର ତାହା ସ୍ପଷ୍ଟ ହେବ । ବଙ୍ଗାଳୀ ଅତିଥି ଭବନ ପାଇଁ ଜମି ପରିଦର୍ଶନ କରିବା ପରେ ଓଡିଶା ଓ ପଶ୍ଚିମବଙ୍ଗକୁ ଦୁଇ ଭଉଣୀ ସହ ତୁଳନା କରିଛନ୍ତି ମମତା ।
ଏଥିସହିତ ଓଡିଶା ମୋର ପ୍ରଥମ ଘର ବୋଲି ମଧ୍ୟ ମମତା କହିଛନ୍ତି । ରଥଯାତ୍ରା, ସ୍ନାନଯାତ୍ରା, ବିଭିନ୍ନ ପର୍ବ ପର୍ବାଣୀ ସମୟରେ ଓ ବିଭିନ୍ନ ଛୁଟିଦିନରେ ପୁରୀକୁ ଲକ୍ଷାଧିକ ପଶ୍ଚିମବଙ୍ଗ ଯାତ୍ରୀମାନେ ଆସୁଥିବା ବେଳେ ଏହି ଅତିଥି ଭବନକୁ ସେମାନଙ୍କ ବ୍ୟବହାର ପାଇଁ ଉପଯୋଗୀ ହୋଇପାରିବ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସମ୍ପୃକ୍ତ ଜମିର କିଶମ ମୁର୍ତ୍ତିକା ପରିକ୍ଷା ଆର୍କୋଲୋଜିକାଲ ପ୍ଲାନ ଓ ଡିଜାଇନ ପ୍ରସ୍ତୁତ ହେବାପରେ ଗେଷ୍ଟହାଉସ ନିର୍ମାଣ କରାଯିବ ବୋଲି କହିଛନ୍ତି ମମତା। ଏହି ଅଞ୍ଚଳରେ ଗ୍ରୀନଫିଲ୍ଡ ଏୟାରପୋର୍ଟ, ବ୍ରୀଜ୍ ନିର୍ମାଣ ମୁଖ୍ଯ ରାସ୍ତାକୁ ସଂଯୋଗୀକରଣ ରାସ୍ତା ଓ ଭୌଗୋଳିକ ଏବଂ ଅନ୍ଯାନ୍ଯ କାରଣରୁ ଚିହ୍ନଟ ସ୍ଥାନକୁ ପସନ୍ଦ କରିଛନ୍ତି ମମତା ବାନାର୍ଜୀ । ସେପଟେ ହକି ମହାକୁମ୍ଭ ସମୟରେ ନବୀନଙ୍କ ନିମନ୍ତ୍ରଣ ରକ୍ଷା କରି ଆସିପାରିନଥିବାରୁ ଏଥର ନବୀନଙ୍କ ସହ ଭେଟଘାଟ ହେବ ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି ।
ସେପଟେ ଚିହ୍ନଟ ଜମି ଅନୁଧ୍ୟାନ ପରେ ମମତା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ ତାଙ୍କର କୌଳିକ ପଣ୍ଡା ରାମକୃଷ୍ଣ ଦାସମହାପାତ୍ର ତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ।