News 18 Odia Digital ଜାନୁଆରୀ ୧୪ ତଥା ପବିତ୍ର ମକର ସଂକ୍ରାନ୍ତିରେ ବାବା ବରୁଣେଶ୍ୱରଙ୍କ ମେଳା ଆରମ୍ଭ ହେବ । ମେଳା ପୂର୍ବରୁ ମନ୍ଦିରକୁ ରଙ୍ଗ ଦିଆଯାଇ ସୁନ୍ଦର କରାଯାଇଛି । ପ୍ରତିବର୍ଷ ବରୁଣେଶ୍ୱର ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କରୋନା ପାଇଁ ୨ ବର୍ଷ ମେଳା ବନ୍ଦ ଥିବାରୁ ଚଳିତ ଥର ଅଧିକ ଭିଡ ସମ୍ଭାବନା ନେଇ ଅନୁମାନ କରିଛି ମନ୍ଦିର ପୂଜା କମିଟି ମନ୍ଦିର ପ୍ରାଙ୍ଗଣରେ ଥିବା ଛୋଟ ଛୋଟ ମନ୍ଦିର ଗୁଡିକୁ ମଧ୍ୟ ସଜାସାଇଛି । ଭୋର ସମୟରୁ ବାବା ବାବା ବରୁଣେଶ୍ୱରଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ । ସଂକ୍ରାନ୍ତିରେ ବାବାଙ୍କୁ ଦର୍ଶନ କଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ମନ୍ଦିରକୁ ନେଇ ଅନେକ କିମ୍ୱଦନ୍ତୀ ରହିଛି । ତେବେ ଦୀର୍ଘ ବର୍ଷରୁ ମନ୍ଦିର ନିକଟରେ ଏକ ବରୁଣ ବୃକ୍ଷ ରହିଛି । ଉକ୍ତ ବୃକ୍ଷଟିକୁ ମଧ୍ୟ ଭକ୍ତମାନେ ବିଶ୍ୱାସର ସହ ପୂଜା କରିଥାନ୍ତି । ଚଳିତ ବର୍ଷ ୧୪ ଜାନୁଆରୀରୁ ୧୬ ଜାନୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବରୁଣେଶ୍ୱର ମହୋତ୍ସବ । ଏହି ରାଜନେତା ଓ ସିନେ କଳାକାରମାନେ ବରୁଣେଶ୍ୱର ମହୋତ୍ସବର ଅତିଥି ଅନେକ ଦୋକାନ ବଜାର ସହ ବରୁଣେଶ୍ୱର ମେଳାରେ ପଡିଥାଏ ବିଭିନ୍ନ ପ୍ରକାରର ଦୋଳି, ଯାହାକୁ ମନଭରି ଉପଭୋଗ କରନ୍ତି ଲୋକେ ରାଜ୍ୟର ବଛା ବଛା ଯାତ୍ରା ଅନୁଷ୍ଠାନ ଗୁଡିକୁ ବରୁଣେଶ୍ୱର ପୀଠରେ ନାଟକ ପରିବେଶଣ କରିବାର ସୁଯୋଗ ମିଳିଥାଏ । ନାଟକ ଦେଖିବାକୁ ପ୍ରବଳ ଭିଡ ହୋଇଥାଏ ।