ଶ୍ରୀକ୍ଷେତ୍ରର ଭଣ୍ଡାର ରକ୍ଷକ ତଥା ଶ୍ରୀରାମଙ୍କ ସମୟରୁ ପୁରୀରେ ସ୍ଥାପିତ ହୋଇଛନ୍ତି ବାବା ଲୋକନାଥ । ଆଉ ବାବା ଲୋକନାଥଙ୍କ ପୀଠରେ ମହାଶିବରାତ୍ରୀ ବା ଜାଗର ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଶ୍ରୀଲୋକନାଥ ଦେବ ଟ୍ରଷ୍ଠ ବୋର୍ଡ ପକ୍ଷରୁ କରାଯାଇଛି ପ୍ରସ୍ତୁତି । ଭିତରକାଠ ନିକଟରେ ଦର୍ଶନର ବ୍ୟବସ୍ଥା ହୋଇଥିବା ବେଳେ ଗମ୍ଭୀରା ଦର୍ଶନ ବନ୍ଦ କରାଯାଇଛି ଓ ଜାଗର ଦିନ ରାତ୍ର ୪ଟାରେ ଉଠିବ ଲୋକନାଥଙ୍କ ମହାଦ୍ୱୀପ ।