ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା
ଗଞ୍ଜାମରେ ମଧ୍ୟ ପ୍ରଦେଶ ବାସିନ୍ଦା ଗୁପଚୁପ୍ ବିକାଳିଙ୍କ ଉପରେ ଗୁଳି ମାଡ଼ ହେଲା; ଗୁରୁତର ଆହତ
ଗୁଳିମାଡ଼ର ଅସଲ କାରଣ ଜଣାପଡ଼ି ନାହିଁ । ମୁମ୍ବାଇ ରେଳ ଷ୍ଟେସନରେ ପାଣି ବୋତଲ ବିକ୍ରି କରୁଥିବା ବିକାଶ ନାମକ ଜଣେ ଯୁବକ ଗଞ୍ଜାମ ଆସି ଧ୍ୟାନେନ୍ଦ୍ରଙ୍କ ପାଖରେ ଥିଲେ । ସେ ତାଙ୍କୁ ଗୁଳି ମାରି କରି ଫେରାର ହୋଇଯାଇଥିବା ଜଣାପଡ଼ିଛି ।
1/ 5

ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଇଲାକାରେ ଶନିବାର ରାତିରେ ଏକ ଗୁଳିମାଡ଼ ଘଟଣା ଘଟିଛି । ଏଥିରେ ଧ୍ୟାନେନ୍ଦ୍ର ସିଂ ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେ ଗୁପଚୁପ୍ ବ୍ୟବସାୟ କରୁଥିଲେ ।
2/ 5

ଆହତ ଧ୍ୟାନେନ୍ଦ୍ର ସିଂଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ମେଡିକାଲକୁ ସ୍ତାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ସ୍ଥିତି ଗୁରୁତର ଅଛି ।
3/ 5

ଗୁଳିମାଡ଼ର ଅସଲ କାରଣ ଏବେ ବି ଜଣାପଡ଼ି ନାହିଁ । ମଧ୍ୟ ପ୍ରଦେଶ ରାଜ୍ୟର ବାସିନ୍ଦା ଧ୍ୟାନେନ୍ଦ୍ର ସିଂ ଗଲା କିଛି ବର୍ଷ ହେବ ବାଲିପଦର ଅଞ୍ଚଳରେ ଗୁପଚୁପ ବ୍ୟବସାୟ କରୁଥିଲେ ।
4/ 5

କରୋନା କଟକଣା ସମୟରେ ମୁମ୍ବାଇ ରେଳ ଷ୍ଟେସନରେ ପାଣି ବୋତଲ ବିକ୍ରି କରୁଥିବା ବିକାଶ ନାମକ ଜଣେ ଯୁବକ ବାଲିପଦର ଆସି ଧ୍ୟାନେନ୍ଦ୍ରଙ୍କ ପାଖରେ ଥିଲେ । ଶନିବାର ରାତିରେ ଗୁପଚୁପ ବ୍ୟବସାୟ ବୁକିଂ ପାଇଁ ରୁମାଗଡ଼ ଅଞ୍ଚଳକୁ ଉଭୟେ ଯାଇଥିଲେ । ସେଠାରେ ବିକାଶ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।