News 18 Odia Digital ଆଜି ସକାଳେ ନିଜ ଜିଲ୍ଲା ଝାରସୁଗୁଡାରେ ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଯାଉଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଝାରସୁଗୁଡାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଡି ନିକଟରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତଥା ଏଏସଆଇ ଗୋପାଳ ଦାସଙ୍କ ଗୁଳି ମାଡରେ ଟଳିପଡିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ କିଛିଦିନ ତଳେ ରାଜସ୍ଥାନର ଏକ ଶନି ମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବା ସହ ମନ୍ଦିରକୁ ଏକ ସୁନା କଳସ ଦାନ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ଏଏସଆଇ ଗୋପାଳ ଦାସ । କୁହାଯାଉଛି ସେ ମାନସିକ ବିକୃତ୍ତ । ଝାରସୁଗୁଡାରୁ ଭୁବନେଶ୍ୱର ବିମାନବନ୍ଦରକୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏୟାର ଲିଫ୍ଟ କରାଯାଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଉଛନ୍ତି । ନବ ଦାସଙ୍କ ପୁଅଙ୍କୁ ଧର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଉଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପତ୍ନୀଙ୍କୁ ସମବେଦନା ଜଣାଉଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ଆପୋଲୋ ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି ।