ବାହାଘର ସିଜିନରେ ସୁନା ଓ ରୂପାର ଦାମ୍ ବଦଳିଲା; ଜାଣନ୍ତୁ ଆପଣଙ୍କ ସହରରେ ନୂଆ ଦାମ୍
Gold and Silver Price: ଦିଲ୍ଲୀ ଓ ମୁମ୍ବାଇରେ ୨୪ କ୍ୟାରେଟ୍ ଶୁଦ୍ଧତା ଥିବା ସୁନାର ଦାମ୍ ୧୦ ଗ୍ରାମ ପିଛା ଯଥା କ୍ରମେ ୫୧,୮୨୦ ଟଙ୍କା ଓ ୪୮,୬୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ଦାମ୍ ଭିନ୍ନ ଅଛି । ବିଭିନ୍ନ ସହରରେ ସୁନାର ଦାମ୍ ଭିନ୍ନ ଅଛି ।

୨୪ କ୍ୟାରେଟ୍ ଶୁଦ୍ଧତା ଥିବା ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୧୦ ଟଙ୍କା କମି ୪୮,୬୬୦ ଟଙ୍କାରେ ପହଞ୍ଚିଛି । ୨୨ କ୍ୟାରେଟ୍ ଶୁଦ୍ଧତା ଥିବା ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୪୭,୬୬୦ ଟଙ୍କାରୁ କମି ୪୭,୬୫୦ ଟଙ୍କାକୁ ଖସି ଆସିଛି । ଦିଲ୍ଲୀ ଓ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ଯଥା କ୍ରମେ ୫୧,୮୨୦ ଟଙ୍କା ଓ ୪୮,୬୫୦ ରହିଛି ।

ଦିଲ୍ଲୀ ଓ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ଯଥା କ୍ରମେ ୪୭,୫୧୦ ଓ ୪୭,୬୫୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ଯଥା କ୍ରମେ ୪୫,୯୦୦ ଟଙ୍କା ଓ ୫୦,୦୬୦ ଟଙ୍କା ରହିଛି ।

କୋଲକାତାରେ ୨୨ କ୍ୟାରେଟ୍ ସୁନାର ଦାମ୍ ଦାମ୍ ୧୦ ଗ୍ରାମ ପିଛା ୪୯,୮୧୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୫୨,୦୧୦ ଟଙ୍କାରେ ପହଞ୍ଚିଛି । ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୫,୪୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୯,୫୯୦ ଟଙ୍କା ରହିଛି ।

କେରଳରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୫,୪୬୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୯,୫୯୦ ଟଙ୍କା ରହିଛି । ପୁଣେ ଓ ଅହମ୍ମଦାବାଦରେ ଏହି ଦାମ୍ ଯଥା କ୍ରମେ ୪୭,୬୫୦ ଟଙ୍କା ଓ ୪୮,୨୯୦ ଟଙ୍କା ରହିଛି ।

ଶୁକ୍ରବାର ଦିନ ୧୦ ଗ୍ରାମ ସ୍ପଟ୍ ସୁନାର ଦାମ୍୪୮,୮୫୦ ଟଙ୍କାରୁ ଖସି ୪୮,୮୦୦ ଟଙ୍କାରେ ପହଞ୍ଚିଛି । ପୂର୍ବ ଦିନରେ ସୁନାର ସ୍ପଟ୍ ଦାମ୍ ଏହି ସପ୍ତାହର ହାରାହାରି ଦାମ୍ ଠାରୁ କମ୍ ରହିଥିଲା । ପୂର୍ବ ସପ୍ତାହରେ ହାରାହାରି ସୁନା ଦାମ୍ ୧୦ ଗ୍ରାମ ପିଛା ୫୦,୦୦୦ ଟଙ୍କା ଥିଲା ।

ବିଶ୍ୱ ବଜାର ବିଷୟରେ କହିବାକୁ ଗଲେ ଶୁକ୍ରବାର ଦିନ ସୁନାର ଦାମ୍ ପ୍ରତି ଆଉନ୍ସ ୧,୮୯୦ ଡଲାର୍ ଥିଲା । ଅବଶ୍ୟ ବିଶ୍ୱ ବଜାରରେ ସ୍ପଟ୍ ସୁନା ଟ୍ରାଇ ଆଉନ୍ସ ପିଛା ୧,୮୦୯ ଡଲାର ଥିଲା । ଶୁକ୍ରବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଫ୍ୟୁଚର ସୁନା ଦାମ୍ ୧.୧୯ ପ୍ରତିଶତ ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୫୦,୮୫୮ ଟଙ୍କା ହୋଇଛି ।