ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ଯାଜପୁରର ଡ୍ରଗ୍ସ ଇନ୍ସପେକ୍ଟର କାର୍ଯ୍ୟାଳୟର ପିଅନ ରଘୁନାଥ ପଣ୍ଡା (ଫଟୋରେ ମଝିରେ ଅଛନ୍ତି)। ରଘୁନାଥ ପଣ୍ଡା (ଫଟୋରେ) ଜଣେ ଔଷଧ ଦୋକାନୀଙ୍କ ଠାରୁ ତିନି ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେ ବାର୍ଷିକ ରିପୋର୍ଟ ଦେବା ପାଇଁ ଏହି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ବଳୀଚଦ୍ରପୁର ଥାନା ଅନ୍ତର୍ଗତ ଜଗଦମ୍ବା ଔଷଧ ଦୋକାନର ମାଲିକ ସନ୍ତୋଷ କୁମାର ସାହୁଙ୍କ (ଫଟୋରେ) ଠାରୁ ଦୋକାନର ବାର୍ଷିକ ନବୀକରଣ କରିବା ପାଇଁ ଆବଶ୍ୟକ ଯାଞ୍ଚ ପାଇଁ ପଣ୍ଡା ଏହି ଲାଞ୍ଚ ମାଗୁଥିଲେ ବୋଲି କହିଛନ୍ତି ସାହୁ । ପୂର୍ବରୁ ପଣ୍ଡା ସନ୍ତୋଷ ସାହୁଙ୍କ ଠାରୁ ୧୮,୦୦୦ ଟଙ୍କା ନେଇଥିବା ବେଳେ ଆଉ ତିନି ହଜାର ଟଙ୍କା ନ ଦେଲେ ଯାଞ୍ଚ କରାଯିବ ନାହିଁ କି ନବୀକରଣ ହୋଇପାରିବ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଥିଲା । (ଫଟୋରେ ଜବତ ଲାଞ୍ଚ ଟଙ୍କା) ହତାଶ ହୋଇ ଅଭିଯୋଗକାରୀ ସନ୍ତୋଷ ସାହୁ ଭିଜିଲାନ୍ସ ଡି.ଏସ୍.ପି. ଅନୁସୂୟା ସେନାପତିଙ୍କ (ଫଟୋରେ) ଦ୍ୱାରସ୍ଥ ହୋଇଥିଲେ । ବୁଧବାର ଦିନ ଭିଜିଲାନ୍ସର ଏକ ଟିମ୍ ଭେଷଜ ନିରୀକ୍ଷକ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୁକ୍ତ ପିଅନ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କୁ କୋଭିଡ଼ି ଟେଷ୍ଟ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା ବୋଲି କହିଛନ୍ତି ଭିଜିଲାନ୍ସ ଡି.ଏସ୍.ପି. ଅନୁସୂୟା ସେନାପତି (ଫଟୋରେ)। ଏହା ପରେ ପଣ୍ଡାଙ୍କ ସମ୍ପର୍କୀୟଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ଥାନା ବିଷ୍ଣୁପୁର ଠାରେ ବି ଚଢ଼ାଉ ହୋଇଥିବାର ସୂଚନା ମିଳିଛି ।