ପାଦରେ କଳା ସୂତା ପିନ୍ଧୁଛନ୍ତି କି? ନିଜ ଅଜାଣତରେ ନିଜ ପାଇଁ ବିପଦ ଡାକି ଆଣୁନାହାନ୍ତି ତ?
ଅନେକ ଲୋକ ଭାବନ୍ତି ଯେ ଆଜିକାଲି ହାତ ଓ ପାଦରେ କଳା ସୂତା ପିନ୍ଧିବା ଏକ ନୂଆ ଫ୍ୟାଶନ୍ । କିନ୍ତୁ କଳା ସୂତା ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ ଓ ଉପକାରୀ ନୁହେଁ । କଳା ସୂତା ପିନ୍ଧିବା ପାଇଁ କିଛି ନିୟମ ବି ଅଛି । ଜାଣନ୍ତୁ ସେହି ନିୟମ ସବୁ ।

ଅନେକ ଲୋକ ଭାବନ୍ତି ଯେ ଆଜିକାଲି ହାତ ଓ ପାଦରେ କଳା ସୂତା ପିନ୍ଧିବା ଏକ ନୂଆ ଫ୍ୟାଶନ୍ । ତେଣୁ ବର୍ତ୍ତମାନ କିଛି ଲୋକ ଏହି କଳା ସୂତାକୁ ଏକ ପ୍ରକାର ଅଳଙ୍କାର ଭାବରେ ବ୍ୟବହାର କରୁଛନ୍ତି । କେହି କେହି ହାତ ଓ ପାଦରେ କଳା ସୂତା ବାନ୍ଧିଲେ ଯେପରି ଛୋଟ ପିଲାଙ୍କୁ ନଜର ଲାଗିବନି (ଦୃଷ୍ଟି ହେବନି) ସେମିତି ଭାବି ବାନ୍ଧୁଛନ୍ତି । କିନ୍ତୁ ମନେରଖନ୍ତୁ, କଳା ସୂତା ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ ଓ ଉପକାରୀ ନୁହେଁ । କଳା ସୂତା ପିନ୍ଧିବା ପାଇଁ କିଛି ନିୟମ ବି ଅଛି । ସେହି ନିୟମ ନ ମାନିଲେ ଆପଣଙ୍କ ଜୀବନରେ ଉନ୍ନତି ବଦଳରେ ଅବନତି ଆସିପାରେ । ଏହି ସୂତା ବାନ୍ଧିବା ପାଇଁ ଥିବା ନିୟମ ଏଇଠି ପଢ଼ନ୍ତୁ ।

ଜ୍ୟୋତିଷଙ୍କ ଅନୁସାରେ ମକର ରାଶି, କୁମ୍ଭ ରାଶି ଓ ତୁଳା ରାଶି ପାଇଁ କଳା ସୂତା ଓ କଳା ରଙ୍ଗ ଲାଭଦାୟକ । ଏହି ତିନୋଟି ରାଶିର ଚିହ୍ନରେ ଜନ୍ମିତ ବ୍ୟକ୍ତିମାନେ ବିନା କୌଣସି ଚିନ୍ତାରେ କଳା ସୂତା ପିନ୍ଧିପାରିବେ ।

କିନ୍ତୁ ବିଛା ଓ ମେଷ ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ କଳା ସୂତା ଆଦୌ ଶୁଭ ନୁହେଁ । ଜ୍ୟୋତିଷଙ୍କ ଅନୁସାରେ ମଙ୍ଗଳ ଏହି ଦୁଇଟି ରାଶିକୁ ନିୟନ୍ତ୍ରଣ କରିଥାଏ, ତେଣୁ କଳା ରଙ୍ଗ ସେମାନଙ୍କ ପାଇଁ ଭଲ ନୁହେଁ । ସେମାନେ କଳା ସୂତା ପିନ୍ଧିଲେ ସେମାନଙ୍କ ମନରେ ଅନିଶ୍ଚିତତା ଦେଖାଦେବ ଓ ସେମାନଙ୍କ ଜୀବନରେ ଅଧିକ ବିପଦ ଆସିବ ବୋଲି ଜ୍ୟୋତିଷମାନେ କହିଛନ୍ତି ।

ଯଦି ଆପଣ କଳା ସୂତା ପିନ୍ଧିବାର ନିୟମ ଜାଣିଛନ୍ତି ତାହେଲେ ଏହାକୁ ପିନ୍ଧନ୍ତୁ । ସୂତା ପିନ୍ଧିବା ପୂର୍ବରୁ ସେଥିରେ ୯ଟି ଗଣ୍ଠି ପକାନ୍ତୁ । ରୁଦ୍ର ଗାୟତ୍ରୀ ମନ୍ତ୍ର ପଢ଼ିବା ପରେ ବା ଭଗବାନଙ୍କୁ ସ୍ମରଣ କରିବା ପରେ ଏହାକୁ ଶୁଭ ସମୟରେ (ବିଶେଷତଃ ବ୍ରାହ୍ମ ମୁହୂର୍ତ୍ତରେ) ପାଦରେ ପିନ୍ଧନ୍ତୁ ।