୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ଚଞ୍ଚଳ ରାଣା, ଅନୁଗୁଳ ବାସିନ୍ଦା । ଏନ୍ଆଇଟି ସିଲଚେରରୁ ବିଟେକ୍ ଡିଗ୍ରୀ ହାସଲ କରିଥିବା ଚଞ୍ଚଳ, ଭାରତୀୟ ପ୍ରାଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ସପ୍ତମ ରାଙ୍କ ରଖିବା ସହ ଓଡ଼ିଶା ଟପ୍ପର ହୋଇଥିଲେ । ଓଡ଼ିଶା କ୍ୟାଡରର ଏହି ଆଇଏଏସ, କୁଚିଣ୍ଡା ଉପ ଜିଲ୍ଲାପାଳ, ମୟୂରଭଞ୍ଜ ପ୍ରୋଜେକ୍ଟ ଡାଇରେକ୍ଟର ଭାବେ କାମ କରିଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଶ୍ବେତ ବିପ୍ଲବରେ ବଡ଼ ଭୂମିକା ତୁଲାଇଥିବା ଚଞ୍ଚଳ ରାଣା । ଯେଉଁଥିପାଇଁ ସେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ମଧ୍ୟ ଥିଲେ ।...
ଦୁଇ ଯୁବ ଜିଲ୍ଲାପାଳ ଚଞ୍ଚଲ ରାଣା ଓ ଅନନ୍ୟା ଦାସ ନିଜ କର୍ମକ୍ଷେତ୍ରରେ ବେଶ୍ ଦକ୍ଷ । କଟକ ମହାନଗର ନିଗମ କମିଶନର ଥିବା ବେଳେ କୋଭିଡ୍ ସ୍ଥିତିର ସଫଳ ମୁକାବିଲା ଓ ପରିଚାଳନା କରିଥିଲେ IAS ଅନନ୍ୟା ଦାସ । ଏଥିସହ କଟକ ନବକଳେବର ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ରକଳ୍ପର କାର୍ଯ୍ୟାନ୍ବୟନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । କଟକର ଡ୍ରେନେଜ ମରାମତି ଓ ସଂପ୍ରସାରଣ ସହ ସ୍ବରେଜ୍ କାର୍ଯ୍ୟ ତୁଲାଇବାରେ ତାଙ୍କ ଭୂମିକା ବେଶ୍ ପ୍ରଶଂସନୀୟ ଥିଲା । ପ୍ରଥମ କମିଶନର ଭାବେ ଗ୍ରାଉଣ୍ଡକୁ ଓହ୍ଲାଇ ଲୋକଙ୍କ ସହ ସିଧାସଳଖ ମିଶୁଥିଲେ ଓ ପ୍ରତ୍ୟକ୍ଷ ଫିଡବ୍ୟାକ୍ ନେଇ କାର୍ଯ୍ୟକ୍ଷେତ୍ରରେ ଲଗାଉଥିଲେ । ଏଥିପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସହକର୍ମୀ ଓ ବରିଷ୍ଠ ପ୍ରଶାସକଙ୍କ ମହଲରେ ବେଶ୍ ପ୍ରିୟପାତ୍ରୀ ଥିଲେ ଅନନ୍ୟା ।