Collector Engagement: ସମ୍ବଲପୁର (Sambalpur) ଜିଲ୍ଲାପାଳ (Collector) ଅନନ୍ୟା ଦାସ ଓ ବଲାଙ୍ଗୀର (Balangir) ଜିଲ୍ଲାପାଳ ଚଞ୍ଚଳ ରାଣା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅନନ୍ୟାଙ୍କ ସହିତ ଚଞ୍ଚଳଙ୍କ ନିର୍ବନ୍ଧ (Engagement) ସମ୍ବଲପୁରରେ ଖୁବ ନିଡାମ୍ବର ଭାବରେ ଅନୁଷ୍ଠିତ ହୋଇ ଯାଇଛି। ଆଇଏଏସ୍ (IAS) ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ରବିବାର ଦିନ ସମ୍ବଲପୁରରେ ଥିବା ତାଙ୍କ ବାସଭବନରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ନିର୍ବନ୍ଧ କରିଛନ୍ତି। ସୂଚନାନୁସାରେ, ଦୁଇ ବରିଷ୍ଠ ଆଇଏଏସ୍ ଅଧିକାରୀ ସେମାନଙ୍କ ପରିବାର, ବନ୍ଧୁ ଏବଂ ସହକର୍ମୀଙ୍କ ଉପସ୍ଥିତିରେ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଦାସ ଏବଂ ରାଣା ବିବାହ ବନ୍ଧନରେ ଆବଦ୍ଧ ହେବେ। ଆସାମରୁ ଆସିଥିବା ଦାସ ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତରଙ୍କ ସହ ବିବାହ କରିଥିଲେ। ସେହିପରି ରାଣା ପୂର୍ବରୁ ରାୟଗଡାର ବର୍ତ୍ତମାନ ଜିଲ୍ଲାପାଳ ସ୍ବଧା ଦେବ ସିଂହଙ୍କୁ ବିବାହ କରିଥିଲେ। ତେବେ ପ୍ରଥମ ପତି-ପତ୍ନୀଙ୍କଠୁ ଅଲଗା ହେବା ପରେ ଉଭୟ ଦାସ ଏବଂ ରାଣା ପୁନର୍ବାର ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦାସ, ୨୦୧୫ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଧିକାରୀ, ପୂର୍ବରୁ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ର କମିଶନର ଭାବରେ କାର୍ଯ୍ୟ କରିଥିଲେ। ଅନ୍ୟପକ୍ଷରେ, ଏନଆଇଟି ସିଲଚରର ଆଲୁମନାସ୍ ରାଣା ଜଣେ ୨୦୧୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଏବଂ ଭାରତ ସ୍ତରରେ ସପ୍ତମ ମାନ୍ୟତା ପାଇଛନ୍ତି।