ଏହି ବର୍ଷ ସୁନା ଓ ରୂପାର ଦାମ୍ ରେକର୍ଡ଼ ସ୍ତରକୁ ଯାଇପାରେ; ଜାଣନ୍ତୁ କେତେ ହେବ ୧୦ ଗ୍ରାମ ସୁନାର ଦାମ୍
ଅଗଷ୍ଟ ୨୦୨୦ରେ ସୁନାର ଦାମ୍ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ରୂପାର ଦାମ୍ ବି କିଲୋଗ୍ରାମ ପିଛା ପ୍ରାୟ ୮୦,୦୦୦ ଟଙ୍କାରେ ପହଞ୍ଚିଥିଲା । ବିଶେଷଜ୍ଞମାନେ ଜଣାଇଛନ୍ତି ୨୦୨୧ରେ କ’ଣ ହେବ ଓ କାହିଁକି ହେବ ।

ଗତ ବର୍ଷ ଅର୍ଥାତ୍ ୨୦୨୦ରେ ସୁନା ନିବେଶକମାନଙ୍କୁ (gold investment) ବିପୁଳ ପରିମାଣର ରିଟର୍ଣ୍ଣ ଦେଇଥିଲା । କରୋନା ଭାଇରସ୍ ମହାମାରୀ (Coronavirus) ମହାମାରୀ ମଧ୍ୟରେ ସୁନା ମୂଲ୍ୟରେ ଅନେକ କାରଣରୁ ରେକର୍ଡ଼ ବୃଦ୍ଧି ଘଟିଥିଲା ।

ଏବେ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ନୂଆ ବର୍ଷରେ ଅର୍ଥାତ୍ ୨୦୨୧ରେ ସୁନା ଓ ରୂପାର ଚମକ ଆହୁରି ବୃଦ୍ଧି ପାଇବ ।

ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୨୧ ମସିହାରେ ସୁନାର ଦାମ୍ (gold price) ୧୦ ଗ୍ରାମ ପିଛା ୬୫,୦୦୦ ଟଙ୍କା ହୋଇପାରେ ଓ ରୂପାର ଦାମ୍ (silver price) କିଲୋଗ୍ରାମ ପିଛା ୯୦,୦୦୦ ଟଙ୍କା ହୋଇପାରେ ।

୨୦୨୦ରେ ସୁନା ଓ ରୂପା ନିବେଶକଙ୍କୁ ବିପୁଳ ପରିମାଣର ରିଟର୍ଣ୍ଣ ଦେଇଛି । ସେହି ବର୍ଷ ସୁନା ନିବେଶକଙ୍କୁ ୨୭ ପ୍ରତିଶତ ରିଟର୍ଣ୍ଣ ଦେଇଥିଲା ଓ ରୂପା ପ୍ରାୟ ୫୦ ପ୍ରତିଶତ ରିଟର୍ଣ୍ଣ ଦେଇଥିଲା ।

ଅଗଷ୍ଟ ୨୦୨୦ରେ ସୁନାର ଦାମ୍ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ଏଥି ସହିତ ରୂପାର ଦାମ୍ ବି କିଲୋଗ୍ରାମ ପିଛା ପ୍ରାୟ ୮୦,୦୦୦ ଟଙ୍କାରେ ପହଞ୍ଚିଥିଲା ।

ଆଜି MCXରେ ଗୋଲ୍ଡ ଫ୍ୟୁଚର୍ସ ସକାଳ ୧୧:୨୦ରେ ୦.୦୯ ପ୍ରତିଶତ ବୃଦ୍ଧି ହେବା ପରେ ସୁନାର କାରବାର ୧୦ ଗ୍ରାମ ପିଛା ୫୦,୧୯୫ ଟଙ୍କାରେ ହେଉଛି । ରୂପା ଫ୍ୟୁଚର୍ସ (silver futures) ମଧ୍ୟ ୦.୧୫ ପ୍ରତିଶତ ବୃଦ୍ଧି ହୋଇ କିଲୋଗ୍ରାମ ପିଛା ୬୮,୨୦୮ ଟଙ୍କା ରହିଛି ।

ଆଇସିଆଇସିଆଇ ସିକ୍ୟୁରିଟିଜର (ICICI Securities) ବିଶେଷଜ୍ଞମାନେ କହିଛନ୍ତି ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ ମାମଲାରେ ପୁଣି ବୃଦ୍ଧି ହେଉଥିବା କାରଣରୁ ବିଶ୍ୱର ଅର୍ଥନୀତିରେ ପୁନରୁଦ୍ଧାର ଓ ପୁନର୍ଜୀବନ ପାଇଁ ପ୍ରୟାସ ଅନିଶ୍ଚିତତା ମଧ୍ୟରେ ରହିଛି। ଏହି କାରଣରୁ ନିବେଶକମାନେ ସୁନା ଓ ରୂପା ଭଳି ସୁରକ୍ଷିତ ସ୍ଥାନ ଉପରେ ନିର୍ଭର କରି ପାରିବେ ।

ଏହି ସଂସ୍ଥାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ୨୦୨୧ ମସିହାରେ ସୁନା ୧୦ ଗ୍ରାମ ପିଛା ୬୫,୦୦୦ ଟଙ୍କା ଓ ରୂପା କିଲୋଗ୍ରାମ ପିଛା ୯୦,୦୦୦ ଡଙ୍କାରେ ପହଞ୍ଚିପାରେ ।

ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବିଶ୍ୱ ଅର୍ଥନୀତିରେ ବହୁ ପରିମାଣର ଷ୍ଟିମୁଲସ୍ ପ୍ୟାକେଜ୍ (Stimulus Package) ମିଳେ ତାହେଲେ ସୁନା ଓ ରୂପା ନିବେଶକଙ୍କୁ ଆକର୍ଷିତ କରିବ । ଏହା କାରଣରୁ ନୂଆ ବର୍ଷରେ ଏହି ଦୁଇଟି ମୂଲ୍ୟବାନ ଧାତୁର ଦାମ୍ ବୃଦ୍ଧି ପାଇବ ।

ଭାରତ ସହିତ ବିଶ୍ୱ ବଜାରରେ ୨୦୨୦ରେ ସୁନା ଦର ଯଥେଷ୍ଟ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ବଜାରରେ ନିବେଶକମାନଙ୍କୁ ୨୦୨୦ରେ ସୁନା ୨୫% ରିଟର୍ଣ୍ଣ ମଧ୍ୟ ଦେଇଛି । ଆମେରିକା ସମେତ ଅନେକ ଦେଶର ସରକାରଙ୍କ ଦ୍ୱାରା ରିଲିଫ୍ ପ୍ୟାକେଜ୍ ଘୋଷଣା ଓ ଡଲାର ମୂଲ୍ୟରେ ହ୍ରାସ ଯୋଗୁଁ ସୁନାକୁ ସମର୍ଥନ ମିଳିଛି ।