ଗୋଟିଏ ପଟେ ବିବାହ ସିଜିନ୍ ଆରମ୍ଭ ହେଉଥିବା ବେଳେ ଅନ୍ୟ ପଟେ ସୁନା ଦର ଦିନକୁ ଦିନ କମି ଚାଲିଛି । ଏହି ସମୟରେ ଗ୍ରାହକମାନଙ୍କୁ ସୁନା କିଣିବାର ଭଲ ସୁଯୋଗ ଅଛି । ସୁନା ଦର ୧୦ ଗ୍ରାମ ପିଛା ୪୪,୦୦୦ ଟଙ୍କାକୁ ଖସି ଆସିଛି । ଆଜି ଭାରତୀୟ ବଜାରରେ କ୍ରମାଗତ ଅଷ୍ଟମ ଦିନ ସୁନାର ଦାମ୍ (Gold Silver Price) ହ୍ରାସ ପାଇଛି । ଶୁକ୍ରବାର ଦିନ MCXରେ ସୁନା ଫ୍ୟୁଚର ୦.୩% ହ୍ରାସ ପାଇ ୧୦ ଗ୍ରାମ ପିଛା ୪୪,୦୦୦ ଟଙ୍କା ହୋଇଥିବା ବେଳେ ରୂପା ଫ୍ୟୁଚର ୦.୬% ହ୍ରାସ ପାଇ ୬୫,୫୨୩ ଟଙ୍କା ହୋଇଛି । ଗତ ବାଣିଜ୍ୟ ଅଧିବେଶନରେ ସୁନାର ଦାମ୍ ଅନେକ ମାସ ତଳକୁ ଖସି ଆସିଥିଲା । ଗୁରୁବାର ଦିନ ଦିଲ୍ଲୀର ବୁଲିଅନ୍ ମାର୍କେଟରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୪୪,୫୮୯ ଟଙ୍କାରେ ବନ୍ଦ ହୋଇଥିଲା । ସୁନାର ଦାମ୍ ଗତ ୧୦ ମାସ ତଳେ ଥିବା ଦାମ୍ ସ୍ତରକୁ ଖସିଆସିଲାଣି । ସେବେ ଠାରୁ ଏହାର ଦାମ୍ ପ୍ରାୟ ୧୨,୦୦୦ ଟଙ୍କା କମ୍ ହେଲାଣି । ଅଗଷ୍ଟ ୨୦୨୦ରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୫୬,୨୦୦ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଥିଲା । ଆଜି ଦିଲ୍ଲୀର ସରାଫା ବଜାରରେ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୪,୪୦୦ ଟଙ୍କାରେ ପହଞ୍ଚିଛି । ଏହା ଗତ ୧୦ ମାସ ମଧ୍ୟରେ ସର୍ବନିମ୍ନ ଦାମ୍ । ଗତ କାଲି ଠାରୁ ସୁନାର ଦାମ୍ ଆଜି ୧୦ ଗ୍ରାମ୍ ପିଛା ୩୬୮ ଟଙ୍କା ହ୍ରାସ ପାଇଛି । ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ୍ ଗତ ନଅ ମାସ ଭିତରେ ସବୁ ଠାରୁ କମ୍ ରହିଛି । ସ୍ପଟ୍ ସୁନା ଦାମ୍ ୦.୨% ହ୍ରାସ ପାଇ ୧,୬୯୩.୭୯ ଡଲାର୍ ଥିଲା । ଦିଲ୍ଲୀର ସରାଫା ବଜାରରେ ରୂପା ଫ୍ୟୁଚର କିଲୋଗ୍ରାମ ପିଛା ୬୫,୫୨୩ ଟଙ୍କାକୁ ଖସି ଆସିଛି । ଏଥି ସହିତ ଆଜି ଆନ୍ତର୍ଜାତୀୟ ବଜାରରେ ରୂପାର ଦାମ୍ ୦.୨% ବୃଦ୍ଧି ପାଇ ୨୩.୩୫ ଡଲାରରେ ପହଞ୍ଚିଛି । ବିଶେଷଜ୍ଞଙ୍କ ମତରେ ଘରୋଇ ବଜାରରେ ସୁନା ପାଇଁ ଚାହିଦା ପ୍ରବ ଭାବେ ବଢ଼ୁଛି । ବିବାହ ସିଜିନ୍ ଚାଲିଛି ଓ ସୁନାର ଦାମ୍ ଯଥେଷ୍ଟ ହ୍ରାସ ପାଇଛି । ଏମିତିରେ ଚାହିଦାର ଚାପ ଆହୁରି ବୃଦ୍ଧି ପାଇବ ଓ ଦାମ୍ କମିବା ସ୍ୱଳ୍ପ ମିଆଦି ହୋଇପାରେ । ସୁନା ଶୀଘ୍ର ବାଉନ୍ସ ହେବ ବୋଲି କହୁଛନ୍ତି ବିଶେଷଜ୍ଞମାନେ । ଏବେ ସୁନାର ଦାମ୍ କମ୍ ଥିବାରୁ ଅଳଙ୍କାର କିଣିବା ପାଇଁ ଏହା ସବୁଠାରୁ ସଠିକ୍ ସମୟ । ବିଶେଷଜ୍ଞମାନେ କହିଛନ୍ତି ଯେ ସୁନାର ଦାମ୍ ୪୩,୮୮୦ ଟଙ୍କାରେ ଆସି ଅଟକି ପାରେ ।