ସୁନା ଓ ରୂପାର ଦାମ୍ ଉପରେ ସମସ୍ତଙ୍କ ନଜର ରହିଥାଏ । ଭାରତୀୟ ସରାଫା ବଜାରରେ ସୁନାର ଦାମ୍ (gold price) ହ୍ରାସ ଘଟିଛି । ସୁନା ସହ ରୂପାର ଦାମ୍ (silver price) ବି କମିଛି । ପୁଣି ଥରେ ସୁନାର ଦାମ୍ (gold price) ୪୭,୦୦୦ ଟଙ୍କାରୁ ତଳକୁ ଖସିଛି । ସୁନା ସହିତ ରୂପାର ଦାମ୍ ବି ହ୍ରାସ ପାଇବାରେ ଲାଗିଛି । ଗତ ବାଣିଜ୍ୟ ଅଧିବେଶନରେ ଦିଲ୍ଲୀର ସରାଫା ବଜାରରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୪୭,୨୧୯ ଟଙ୍କାରେ ବନ୍ଦ ହୋଇଥିଲା । ରୂପାର ଦାମ୍ ପ୍ରତି କିଲୋଗ୍ରାମ୍ ୬୭,୧୬୫ ଟଙ୍କାରେ ବନ୍ଦ ହୋଇଥିଲା । ହେଲେ ଉଭୟର ଦାମ୍ ତା’ ପରେ ପୁଣି କମିଛି । ଅଗଷ୍ଟ ୫ ତାରିଖ ଗୁରୁବାର ଦିନ ଦିଲ୍ଲୀର ସରାଫା ବଜାରରେ ୧୦ ଗ୍ରାମ୍ ପିଛା ସୁନାର ଦାମରେ ୩୧୨ ଟଙ୍କାର ହ୍ରାସ ଦେଖାଯାଇଛି । ଏହି କାରଣରୁ ସୁନା ପୁଣି ଥରେ ୧୦ ଗ୍ରାମ୍ ପିଛା ୪୭,୦୦୦ ଟଙ୍କାରୁ ତଳକୁ ଖସିଛି । ଦିଲ୍ଲୀରେ ୯୯.୯ ଗ୍ରାମ୍ ଶୁଦ୍ଧତା ଥିବା ସୁନାର ନୂଆ ଦାମ୍ ୧୦ ଗ୍ରାମ ପିଛା ୪୬,୯୦୭ ଟଙ୍କାରେ ପହଞ୍ଚିଛି । ଆନ୍ତର୍ଜାତୀୟ ବଜାରରେ ସୁନାର ଦାମ୍ କମ୍ ହୋଇ ଅଗଷ୍ଟ ୫ ତାରିଖରେ ଆଉନ୍ସ ପିଛା ୧,୮୧୦ ଡଲାର୍ ହୋଇଛି । ରୂପାର ଦାମରେ ବି ହ୍ରାସ ଦେଖାଯାଇଛି । ଅଗଷ୍ଟ ୫ ତାରିଖରେ ରୂପାର ଦାମ୍ ୧,୦୩୭ ଟଙ୍କା କମ୍ ହୋଇ କିଲୋଗ୍ରାମ୍ ପିଛା ୬୬,୧୨୮ ଟଙ୍କା ହୋଇଛି । ଏଥି ସହିତ ଆନ୍ତର୍ଜାତୀୟ ବଜାରରେ ରୂପାର ଦାମରେ କିଛି ବିଶେଷ ପରିବର୍ତ୍ତନ ହୋଇନାହିଁ । ଏହା ଆଉନ୍ସ ପିଛା ୨୫.୩୭ ଡଲାରରେ ପହଞ୍ଚିଛି ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଅଗଷ୍ଟ ମାସରେ ସୁନାର ଦାମ୍ ବଢ଼ି ୧୦ ଗ୍ରାମ୍ ପିଛା ୪୮,୫୦୦ ଟଙ୍କା ଛୁଇଁବ । ଏଭଳି ପରିସ୍ଥିତିରେ ନିବେଶକମାନେ ବର୍ତ୍ତମାନର ଦରରେ ସୁନା କିଣି ବଡ଼ ଲାଭ ପାଇବାକୁ ଆଗ୍ରହୀ ଲାଗୁଛନ୍ତି । HDFC ସିକ୍ୟୁରିଟିଜର ସିନିୟର୍ ଆନାଲିଷ୍ଟ (କମୋଡିଟିଜ୍) ତପନ ପଟେଲ କହିଛନ୍ତି ଯେ ଡଲାର୍ ତୁଳନାରେ ଟଙ୍କାର ବଢୁଥିବା ଦୃଢ଼ତା କାରଣରୁ ଭାରତୀୟ ବଜାରରେ ସୁନାର ଦାମ୍ ହ୍ରାସ ପାଇଛି ।