ବିବାହ ସିଜିନ୍ ଆସିବା ପୂର୍ବରୁ ସୁନା ଓ ରୂପାର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଦିନ ‘ଗୁଡ୍ ରିଟର୍ଣ୍ଣ’ର ୱେବସାଇଟ୍ ଅନୁଯାୟୀ ସୁନା ୧୦ ଗ୍ରାମ୍ ପିଛା ଖୁବ୍ ଅଳ୍ପ ବଢ଼ିଥିବା ବେଳେ ରୂପାର ଦାମରେ ଭୀଷଣ ବୃଦ୍ଧି ଘଟିଛି । ସୁନାର ଦାମ୍ ୧୦ ଗ୍ରାମ୍ ପିଛା ମାତ୍ର ୧୦ ଟଙ୍କା ବଢ଼ିଛି । ରୂପା ପ୍ରତି କିଲୋଗ୍ରାମ୍ ୧,୪୦୦ ଟଙ୍କା ବୃଦ୍ଧୀ ପାଇଛି । କିଲେ ରୂପାର ଦାମ୍ ଏବେ ୬୫ ହଜାର ଟଙ୍କାରେ ପହଞ୍ଚିଛି । ଭାରତୀୟ ବଜାରରେ ସୁନାର ଦାମ୍ କ୍ରମାଗତ ଭାବେ ହ୍ରାସ ପାଇବା ପରେ ଶୁକ୍ରବାର ଦିନ ତୀବ୍ର ଭାବେ ବଢ଼ିଥିଲା । ଶୁକ୍ରବାର ଦିନ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୩,୩୮୦ ଟଙ୍କାରେ ପହଞ୍ଚିଛି, ଆଉ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୪,୩୮୦ ଟଙ୍କାରେ ପହଞ୍ଚିଛି । ଶୁକ୍ରବାର ଦିନ ରୂପାର ଦାମରେ ଜବରଦସ୍ତ ବୃଦ୍ଧି ଘଟିଛି । ରୂପା ୧,୪୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ୍ ପିଛା ୬୫ ହଜାର ଟଙ୍କାରେ ପହଞ୍ଚିଛି (gold silver price India)। ଦିଲ୍ଲୀରେ ସୁନାର ଦାମ୍ ରହିଛି ୪୩,୮୧୦ ଟଙ୍କା (୨୨ କ୍ୟାରେଟ୍) ଓ ୪୭,୮୦୦ ଟଙ୍କା (୨୪ କ୍ୟାରେଟ୍) । (Gold price in Delhi) ମୁମ୍ବାଇରେ ସୁନାର ଦାମ୍ ରହିଛି ୪୩,୩୮୦ ଟଙ୍କା (22 କ୍ୟାରେଟ୍) ଓ ୪୪,୩୮୦ ଟଙ୍କା (24 କ୍ୟାରେଟ୍) । (Gold price in Mumbai) ଚେନ୍ନାଇରେ ସୁନାର ଦାମ୍ ରହିଛି ୪୨,୩୯୦ ଟଙ୍କା (୨୨ କ୍ୟାରେଟ୍) ଓ ୪୬,୨୧୦ ଟଙ୍କା (୨୪ କ୍ୟାରେଟ୍) । (Gold price in Chennai) କୋଲକାତାରେ ସୁନାର ଦାମ୍ ରହିଛି ୪୪,୩୦୦ ଟଙ୍କା (୨୨ କ୍ୟାରେଟ୍) ଓ ୪୭,୦୦୦ ଟଙ୍କା (୨୪ କ୍ୟାରେଟ୍) । (Gold price in Kolkata) ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ସୁନାର ଦାମରେ ଆସିଥିବା ଦୁର୍ବଳତା ଅଧିକ ସମୟ ପାଇଁ ରହି ନ ପାରେ । ଡଲାରର ଦୁର୍ବଳତା, ମୁଦ୍ରାସ୍ଫୀତିର ଚାପ ଓ ମୁଦ୍ରା ବିସ୍ତାର ସୁନାର ଦାମ୍ ଉପରେ ସିଧାସଳଖ ପ୍ରଭାବ ପକାଇଛି । ବିଶ୍ୱର ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ବିଶେଷଜ୍ଞମାନେ ୧୦ ଗ୍ରାମ୍ ସୁନାର ଦାମ୍ ୫୨,୦୦୦ ଟଙ୍କାରୁ ୫୩,୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ବୋଲି କହିଛନ୍ତି । କେତେକ ବିଶେଷଜ୍ଞ କହିଛନ୍ତି ଯେ ୨୦୨୧ ମସିହାରେ ୧୦ ଗ୍ରାମ୍ ସୁନାର ଦାମ୍ ୬୩ ହଜାର ଟଙ୍କା ଅତିକ୍ରମ କରିପାରେ ।