Gold Price Today: ଆହୁରି କମିଲା ସୁନା ଦର; ଏ ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି
କରୋନା ଟିକା ଦିଆଯିବା ଆରମ୍ଭ ହେବା ପରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । କରୋନା ଟିକାକରଣ ପରେ ଅର୍ଥନୈତିକ କାର୍ଯ୍ୟକଳାପ ଗତି ପାଇବ ବୋଲି ଆଶା କରାଯାଉଛି । କରୋନା ସଙ୍କଟ ବେଳେ ସୁନା ଦର ୫୫,୦୦୦ ଟଙ୍କାରେ ପହଞ୍ଚିଥିଲା ।

<strong>ନୂଆଦିଲ୍ଲୀ</strong><strong>:</strong> ଭାରତୀୟ ବଜାରରେ ସୁନା ଓ ରୂପାର ଦାମ୍ (Gold Silver Price) ହ୍ରାସ ପାଇବାରେ ଲାଗିଛି । ଶୁକ୍ରବାର ଦିନ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୩୪୨ ଟଙ୍କା ଶସ୍ତା ହୋଇ ୪୫,୫୯୯ ଟଙ୍କାରେ ପହଞ୍ଚିଥିବା ବେଳେ ରୂପାର ଦାମ୍ ୨,୦୦୭ ଟଙ୍କା କାମ୍ ହୋଇ ୬୭,୪୧୯ ଟଙ୍କା ହୋଇଛି ।

HDFC ସିକ୍ୟୁରିଟି ଅନୁଯାୟୀ ଆନ୍ତର୍ଜାତୀୟ ବଜାରରେ ବିକ୍ରି ହେତୁ ଶୁକ୍ରବାର ଦିନ ଉଭୟ ସୁନା ଓ ରୂପା ଶସ୍ତା ହୋଇଛି । ଗୁରୁବାର ଦିନ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୫,୯୪୧ ଟଙ୍କା ରହିଥିଲା । ପୂର୍ବ ଦିନର ବାଣିଜ୍ୟରେ ରୂପାର ଦାମ୍ ୬୯,୪୨୬ ଟଙ୍କା ଥିଲା ।

ଗତ କିଛି ମାସ ମଧ୍ୟରେ ସୁନା ୧୦ ଗ୍ରାମ୍ ପିଛା ୧୦ ହଜାର ଟଙ୍କା ଶସ୍ତା ହୋଇଛି । କରୋନା ସଙ୍କଟ ସମୟରେ ଏହା ୫୫ ହଜାର ଟଙ୍କା ସ୍ତରରେ ପହଞ୍ଚି ଯାଇଥିଲା ।

କରୋନା ଟିକାକରଣ ପରେ ଅର୍ଥନୈତିକ କାର୍ଯ୍ୟକଳାପ ଗତି ପାଇବ ବୋଲି ଆଶା କରାଯାଉଛି ।ତାହା ହେଲେ ସୁନାର ବିକ୍ରି ବଢ଼ିବ ଓ ଦର ଆହୁରି ହ୍ରାସ ପାଇବ ବୋଲି କୁହାଯାଉଛି ।

ଇନ୍ଦୋରର ସ୍ଥାନୀୟ ବୁଲିଅନ୍ ବଜାରରେ ଶୁକ୍ରବାର ଦିନ ସୁନା ୧୦ ଗ୍ରାମ୍ ପିଛା ୨୫ ଟଙ୍କା ଓ ରୂପା ପ୍ରତି କିଲୋଗ୍ରାମ୍ ୯୫୦ ଟଙ୍କା ହ୍ରାସ ପାଇଛି ।

ସ୍ପଟ୍ ବାଣିଜ୍ୟରେ ସୁନା ପ୍ରତି ୧୦ ଗ୍ରାମ୍ ଉଚ୍ଚରେ ୪୮,୧୨୫ ଟଙ୍କା ଓ ନିମ୍ନରେ ୪୭,୫୦୦ ଟଙ୍କା ରହିଥିଲା । ରୂପାର ଉଚ୍ଚରେ ୬୮,୯୦୦ ଟଙ୍କା ଓ ନିମ୍ନରେ ୬୮,୩୫୦ ଟଙ୍କାରେ ବିକ୍ରି ହେଉଥିଲା ।