Gold New Price: ଆହୁରି ମହଙ୍ଗା ହେଲା ସୁନା; ରୂପା ବି ଚମକିଲା; ଜାଣନ୍ତୁ ୧୦ ଗ୍ରାମ୍ ସୁନାର ନୂଆ ଦର
ସୁନା ଓ ରୂପାର ଦାମ୍ ପୁଣି ବଢ଼ିଛି । ଅନ୍ତର୍ଜାତୀୟ ଅର୍ଥନୈତିକ ଓ ରାଜନୈତିକ କାରଣ ଯୋଗୁଁ ଭାରତରେ ଏହି ଦୁଇଟି ମୂଲ୍ୟବାନ ଧାତୁର ଦାମ୍ ଏକ ନୂଆ ସ୍ତରରେ ପହଞ୍ଚିଛି । ଜାଣନ୍ତୁ ନୂଆ ଦାମ୍ ଓ ସେହି କାରଣ ସବୁ ।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଓ ବିଶ୍ୱ ବଜାରରେ ସୁନା ଦାମରେ ପୁନରୁଦ୍ଧାର ହେବା ପରେ ଶୁକ୍ରବାର ସୁନା ମହଙ୍ଗା ହୋଇଛି । ଦିଲ୍ଲୀର ସର୍ରାଫା ବଜାରରେ କେବଳ ସୁନା ନୁହେଁ, ରୂପାର ଦାମ୍ ବି ବୃଦ୍ଧି ପାଇଛି ।

ଦିଲ୍ଲୀର ସର୍ରାଫା ବଜାରରେ ମୂଲ୍ୟବାନ ଧାତୁର ଦାମ୍ ବୃଦ୍ଧି ବିଷୟରେ HDFC ସିକ୍ୟୁରିଟିଜ୍ ସୂଚନା ଦେଇଛି । ଶୁକ୍ରବାର ଦିନ ସୁନାର ଦାମ୍ ୧୦ ଗ୍ରାମ ପିଛା ୨୮୬ ଟଙ୍କା ବଢ଼ିଛି ଓ ରୂପାର ଦାମ୍ ପ୍ରତି କିଲୋଗ୍ରାମ୍ ୫୫୮ ଟଙ୍କା ବୃଦ୍ଧି ପାଇଛି ।

ଦାମ୍ ବୃଦ୍ଧି ପରେ ସୁନାର ନୂଆ ଦାମ୍ (Gold Price, 15 January 2021) ଦିଲ୍ଲୀର ବୁଲିଅନ୍ ବଜାରରେ ୧୦ ଗ୍ରାମ୍ ପିଛା ୪୮,୬୯୦ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ଗୁରୁବାର କାରବାର ପରେ ଏହା ୧୦ ଗ୍ରାମ ପିଛା ୪୮,୪୦୪ ଟଙ୍କାରେ ବନ୍ଦ ହୋଇଥିଲା ।

ଦାମ୍ ବଢ଼ିବା ପରେ ରୂପାର ନୂଆ ଦାମ୍ (Silver Price, 15 January 2021) କିଲୋଗ୍ରାମ ପିଛା ୬୫,୧୪୭ ଟଙ୍କା ଛୁଇଁଛି । ଗୁରୁବାର ଦିନ ଏହା କିଲୋଗ୍ରାମ ପିଛା ୬୪,୫୯୯ ଟଙ୍କା ଥିଲା ।

ଡଲାର ତୁଳନାରେ ଶୁକ୍ରବାର ଦିନ ଟଙ୍କାର ମୂଲ୍ୟ ୩ ପଇସା ହ୍ରାସ ହୋଇ ୭୩.୦୭ରେ ପହଞ୍ଚିଛି ବୋଲି HDFC ସିକ୍ୟୁରିଟିଜର ସିନିୟର ଆନାଲିଷ୍ଟ (କମୋଡିଟିଜ୍) ତପନ ପଟେଲ ସୂଚନା ଦେଇଛନ୍ତି ।