ଗତ ଏକ ସପ୍ତାହ ଧରି ସୁନା ଦର ହ୍ରାସ ପାଇ ଆସୁଥିବା ବେଳେ ଆଜି ଗ୍ରାହକଙ୍କୁ ମିଳିଛି ଝଟକା। ପୁଣି ବଢ଼ିଲା ସୁନା ଓ ରୂପା ଦର। ସୁନା ମୂଲ୍ୟରେ ୩୬୦ ଟଙ୍କା ବୃଦ୍ଧି ହୋଇ ହୋଇଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୭,୯୦୦ ଟଙ୍କା ରହିଛ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୩,୦୫୦ ଟଙ୍କା ଓ ୫୭,୮୭୦ ଟଙ୍କା ହୋଇଛି। ସେହିପରି ରୂପା ମୂଲ ୬୯ ,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।