ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା
କଟକ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସ ଚଢ଼ାଉ କଲା; ୮ ବନ୍ଧୁକ, ୫୦୦ ଗୁଳି ଜବତ
ଜେଲରେ ଥାଇ ବି ଧଳସାମନ୍ତ ବ୍ରଦର୍ସ କଟକ ସହରରେ ଆର୍ମସ ସପ୍ଲାଇ କରୁଥିବା ନେଇ ସୂଚନା ମିଳିବା ପରେ ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା । ଘରେ ଏକ କାଠ ଫ୍ରେମରେ ବନ୍ଧୁକ ଓ ଗୁଳି ସବୁ ରଖାଯାଇଥିଲା । ତିନି ଜଣଙ୍କୁ ଅଟକ ରଖିଛି ପୋଲିସ ।
1/ 12

ଜେଲରେ ବନ୍ଦ ଥିବା ଓ ଧଳସାମନ୍ତ ବ୍ରଦର୍ସ ନାମରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାତୃଦ୍ୱୟଙ୍କ କଟକରେ ଥିବା ଘରେ ପୁଣି ପୋଲିସ ଚଢ଼ାଉ କରିଛି । (ଫଟୋରେ ଜବତ ବନ୍ଧୁକରୁ କିଛି, ରେଚ୍ ବେଳର ଏକ ଦୃଶ୍ୟ ଓ ଡିସିପି ପ୍ରତୀକ ସିଂ)
2/ 12

ପୂର୍ବରୁ ପ୍ରସ୍ତୁତି କରିବା ପରେ ଧଳସାମନ୍ତ ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ବାସଭବନରେ ଗୁରୁବାର ସନ୍ଧ୍ୟାରେ ରେଡ୍ ମାରିଛି କମିଶନରେଟ ପୋଲିସ ।
5/ 12

ଧଳସାମନ୍ତ ବ୍ରଦର୍ସଙ୍କ ବାସଭବନରୁ ୧୧ଟି ମୋବାଇଲ୍ ଫୋନ୍ ବି ଜବତ କରିଛି ପୋଲିସ । ସେହି ଫୋନଗୁଡ଼ିକରୁ ବନ୍ଧୁକ ଓ ଗୁଳି ସପ୍ଲାଇ ନେଟୱର୍କ ବିଷୟରେ ପୋଲିସକୁ ଅନେକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।
9/ 12

ଧଳସାମନ୍ତ ବ୍ରଦର୍ସ ଆର୍ମସ ସପ୍ଲାଇ କରୁଥିବା ନେଇ ସୂଚନା ମିଳିବା ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଏହି ଚଢ଼ାଉ କରାଯାଇଥିଲା ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।
10/ 12

କେଉଁ ସ୍ଥାନରୁ ବନ୍ଧୁକ ଓ ମାରଣାସ୍ତ୍ର ଆସୁଥିଲା ଓ ଏସବୁ କାହାକୁ ବିକ୍ରି କରାଯାଉଥିଲା ତା’ର ଖୋଳତାଡ଼ ଜାରି ରହିଛି ।