Durga Puja 2020: ନବରାତ୍ରିରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବାକୁ ଏହା କରନ୍ତୁ, ଇଚ୍ଛା ପୂରଣ ହେବ
ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁଯାୟୀ ନବରାତ୍ରି ସମୟରେ ଭକ୍ତମାନଙ୍କ ଉପରେ ମାତା ନବଦୁର୍ଗାଙ୍କର ବିଶେଷ କୃପା ରହିଥାଏ । ମା’ ଦୁର୍ଗାଙ୍କ ନଅ ରୂପକୁ ପ୍ରସନ୍ନ କରିବା ପାଇଁ ଆପଣ ତାଙ୍କ ପ୍ରିୟ ଭୋଗ ଲଗାଇବା ବିଷୟରେ ଜାଣିବା ଉଚିତ ।

ଶାରଦୀୟ ନବରାତ୍ରି (Shardiya Navratri) ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହୋଇଯାଇଛି । ନବରାତ୍ରିରେ ନଅ ଦିନରେ ମା’ ଦୁର୍ଗାଙ୍କର ନଅଟି ରୂପର ପୂଜା କରାଯାଏ । ଏହି ସମୟରେ ମା’ଙ୍କ ଭକ୍ତମାନେ ତାଙ୍କ ଆଶୀର୍ବାଦ ପାଇବା ପାଇଁ ନଅ ଦିନ ଉପବାସ କରି କେବଳ ଫଳାହାର କରନ୍ତି । ଧାର୍ମିକ ବିଶ୍ୱାସ ଅନୁଯାୟୀ ନବରାତ୍ରି ସମୟରେ (Navratri 2020) ଭକ୍ତମାନେ ମା ନବ ଦୁର୍ଗାଙ୍କର (Maa Nav Durga) ବିଶେଷ କୃପା ପାଆନ୍ତି । ମା’ ଦୁର୍ଗାଙ୍କୁ ଖୁସି କରିବା ପାଇଁ ତାଙ୍କ ପ୍ରିୟ ଭୋଗ ଲଗେଇବାକୁ ହୁଏ ।

ନବରାତ୍ରିର ପ୍ରତିପଦାରେ ହେଉଥିବା ମାତା ଶୈଳପୁତ୍ରୀଙ୍କ ପୂଜାରେ ତାଙ୍କୁ ଗାଈ କ୍ଷୀରରେ ତିଆରି ସାମଗ୍ରୀ ଅର୍ପଣ କରାଯାଏ । ଏହା ସହିତ ତାଙ୍କୁ ଗାଈ କ୍ଷୀରରେ ତିଆରି ମିଷ୍ଟାନ୍ନ ବି ଦିଆଯାଏ ।

<br />ନବରାତ୍ରିର ଦ୍ୱିତୀୟ ଦିନରେ ମାତା ବ୍ରହ୍ମଚାରିଣୀଙ୍କ ପୂଜା କରାଯାଏ । ମା’ ବ୍ରହ୍ମାଚାରିଣୀଙ୍କୁ ଚିନିର ଭୋଗ ଲଗାଯାଏ ।

ନବରାତ୍ରିର ତୃତୀୟ ଦିନରେ ମାତା ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ । ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ଘିଅ ଅର୍ପଣ କରାଯାଏ । ଏହା ଦ୍ୱାରା ମାତା ଚନ୍ଦ୍ରଘଣ୍ଟା ଖୁସି ହୁଅନ୍ତି ।

ନବରାତ୍ରିର ଚତୁର୍ଥ ଦିନରେ ମାତା କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ । ମା’ କୁଷ୍ମାଣ୍ଡା ମାଲପୁଆ ବହୁତ ଭଲ ପାଆନ୍ତି । ତେଣୁ ମାତା କୁଷ୍ମାଣ୍ଡାଙ୍କୁ ମାଲପୁଆ ଦିଆଯାଏ ।

ନବରାତ୍ରିର ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କ ପୂଜା କରାଯାଏ । ମାତା ସ୍କନ୍ଦମାତାଙ୍କର କଦଳୀ ଅତ୍ୟନ୍ତ ପ୍ରିୟ । ତେଣୁ ପଞ୍ଚମ ଦିନରେ ମାତା ସ୍କନ୍ଦମାତାଙ୍କୁ ଖୁସି କରିବା ପାଇଁ ତାଙ୍କୁ କଦଳୀ ଭୋଗ ଅର୍ପଣ କରାଯାଏ ।

ନବରାତ୍ରିର ଷଷ୍ଠ ତିଥିରେ ନବଦୁର୍ଗାଙ୍କ ସ୍ୱରୂପ ମାତା କାତ୍ୟାୟନୀଙ୍କୁ ପୂଜା କରାଯାଏ । ମାତା କାତ୍ୟାୟନୀଙ୍କର ମହୁ ଅତି ପ୍ରିୟ । ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମହୁ ଦିଆଯାଏ ।

<br />ନବରାତ୍ରିର ସପ୍ତମ ଦିନରେ ଭକ୍ତମାନେ ମା’ କାଳରାତ୍ରୀଙ୍କୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରନ୍ତି । ମା’ କାଳରାତ୍ରୀଙ୍କର ଗୁଡ଼ ବହୁତ ପ୍ରିୟ । ଦେବୀ କାଳରାତ୍ରୀଙ୍କୁ ଗୁଡ଼ ଅର୍ପଣ କରାଯାଏ ।

ନବରାତ୍ରିର ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କ ପୂଜା କରାଯାଏ । ମା’ ମହାଗୌରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ନଡ଼ିଆ ଭୋଗ ଦିଆଯାଏ ।

<br />ନବରାତ୍ରିର ନବମୀ ତିଥି ମାତା ସିଦ୍ଧିଦାତ୍ରୀଙ୍କୁ ଉତ୍ସର୍ଗ କରାଯାଇଛି । ସେଦିନ ତାଙ୍କର ପୂଜା କରାଯାଏ । ଧାନରୁ ତିଆରି ହୋଇଥିବା ଖଇ ମାତା ସିଦ୍ଧିଦାତ୍ରୀଙ୍କର ଅତି ପ୍ରିୟ । ତେଣୁ ମାତା ସିଦ୍ଧିଦାତ୍ରୀଙ୍କୁ ଖଇ ଅର୍ପଣ କରାଯାଏ । (Disclaimer: ଏହି ଆର୍ଟିକ୍ଲରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଉପରେ ଆଧାରିତ । ନ୍ୟୁଜ୍ ୧୮ ଓଡ଼ିଆ ଡିଜିଟାଲ୍ ଏହାର ସତ୍ୟାସତ୍ୟ ନିଶ୍ଚିତ କରେ ନାହିଁ । ଏହି ସୂଚନା ଉପରେ କାର୍ଯ୍ୟ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ ।)