News18 Odia Digital ରାୟଗଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କେରଡ଼ା ଅଞ୍ଚଳରେ ଏକ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ଏଭଳି ଘଟଣା ଘଟିଛି । ମାଆ ମଝିଘରିଆଣୀଙ୍କୁ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ୮ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ଆନ୍ଧ୍ରପ୍ରଦେଶ କୋମରଡ଼ା ଅଞ୍ଚଳର ।