ମିଟର ଭଡ଼ା ଓ ମାସିକ ସ୍ଥିର ଦେୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦର ଧାର୍ଯ୍ୟ ଶୁଣାଣି ବେଳେ ନିଅଣ୍ଟ ଭରଣା ଦାବି କରିଥିଲା ଗ୍ରୀଡ୍କୋ । ୬୬୦ କୋଟି ଟଙ୍କାର ନିଅଣ୍ଟ ଭିତ୍ତିରେ ୩୪୧ କୋଟି ଟଙ୍କାର ଭରଣା ପାଇଁ ମଞ୍ଜୁରି ମିଳିଛି । ଗତ ଏପ୍ରିଲ୍ ମାସରେ ହେବାକୁ ଥିବା ଦର ନିର୍ଦ୍ଧାରଣ କୋଭିଡ୍ ପାଇଁ ସ୍ଥଗିତ ଥିଲା । କୃଷକ ଓ BPL ଶ୍ରେଣୀର କୁଟୀର ଜ୍ୟୋତି ଗ୍ରାହକଙ୍କ ପାଇଁ ଲାଗୁ ହେବନି । ବିଦ୍ୟୁତ ଦର ବୄଦ୍ଧି ପ୍ରତିବାଦରେ ହାଇ କୋର୍ଟରେ ଅପୀଲ୍ କରିବ ବିଦ୍ୟୁତ୍ ଭପଭୋକ୍ତା ମହାସଙ୍ଘ । ବିଦ୍ୟୁତ ବିତରଣ କମ୍ପାନୀ ସହୁଥିବା କ୍ଷତି କାହିଁକି ଉପଭୋକ୍ତାଙ୍କ ଉପରେ ପଡ଼ିବ ବୋଲି ପ୍ରଶ୍ନ କରିଛି ମହାସଙ୍ଘ । କରୋନା ପାଇଁ ଲୋକଙ୍କ ରୋଜଗାର ନ ଥିବା ବେଳେ କାହିଁକି ଆର୍ଥିକ ବୋଝ ଲୋକଙ୍କ ଉପରେ ଲଦାଯାଉଛି ବୋଲି ପଚାରିଛି । ଦର ବୃଦ୍ଧି ନେଇ ଓଇଆସିରେ ଶୁଣାଣି ବେଳେ ବିତରଣ କମ୍ପାନୀଗୁଡ଼ିକର ପରଫରମାନ୍ସ ଠିକ୍ ନ ଥିବା ଆୟୋଗ କହିଛନ୍ତି । ଟାରିଫ ବୄଦ୍ଧି କୌଣସି ମତେ ଗ୍ରହଣୀୟ ନୁହେଁ ଓ ଓଇଆରସି ଏହା କରିବା ଉଚିତ ନ ଥିଲା ବୋଲି କହିଛନ୍ତି ବିଦ୍ୟୁତ୍ ଉପଭୋକ୍ତା ମହାସଙ୍ଘର ସଭାପତି ।