Economic Survey ୨୦୨୧: ଦୁଇ ବର୍ଷ ପରେ ଦେଶରେ ଘରୋଇ ଟ୍ରେନ୍ ଚାଲିବ; ମେ ସୁଦ୍ଧା ଟେଣ୍ଡର୍ ସରିବ
ବଜେଟ୍ ପୂର୍ବରୁ ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଅର୍ଥନୈତିକ ସର୍ଭେ ୨୦୨୧ (Economic Survey) ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏଥିରେ ଦେଶର ବର୍ତ୍ତମାନର ଆର୍ଥିକ ଚିତ୍ର ସହ ଭବିଷ୍ୟତ ବିଷୟରେ ଅନେକ କଥା କୁହାଯାଇଛି ।

ବଜେଟ୍ ପୂର୍ବରୁ ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଅର୍ଥନୈତିକ ସର୍ଭେ ୨୦୨୧ (Economic Survey) ରିପୋର୍ଟ ଉପସ୍ଥାପନ କରିଛନ୍ତି ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଉପସ୍ଥାପନ କରିଥିବା ଦେଶର ଅର୍ଥନୈତିକ ସର୍ଭେ ୨୦୨୧ (Economic Survey) ରିପୋର୍ଟରେ କୁହାଯାଇଛି ଯେ ଦେଶରେ ଘରୋଇ ଟ୍ରେନ୍ (private trains) ଚଳାଚଳ ୨୦୨୩-୨୪ରୁ ଆରମ୍ଭ ହେବ ।

ଘରୋଇ ଟ୍ରେନ୍ ପାଇଁ ଟେଣ୍ଡର ପ୍ରକ୍ରିୟା ଚଳିତ ବର୍ଷ ମେ ମାସରେ ଶେଷ ହେବାର ସମ୍ଭାବନା ରହିଛି । ଘରୋଇ ଟ୍ରେନ୍ ସେବା (private train) ଆରମ୍ଭ କରିବା ପୂର୍ବରୁ ସରକାର ଆଇଆରସିଟିସି (IRCTC) ମାଧ୍ୟମରେ ତେଜସ୍ ଟ୍ରେନ୍ ସେବା ଆରମ୍ଭ କରିଥିଲେ । ଯଦି ଏହାର ବ୍ୟବହାର ସଫଳ ହୁଏ, ତେବେ ବର୍ତ୍ତମାନ ଟ୍ରେନର କାର୍ଯ୍ୟ ଘରୋଇ କମ୍ପାନୀମାନଙ୍କୁ ହସ୍ତାନ୍ତର କରାଯିବ ।

ଦେଶର ବିମାନ ସେବା ଶୀଘ୍ର ପୁଣି ଆରମ୍ଭ ହେବାର ଆଶା ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ ୨୦୨୧ର ଆରମ୍ଭରେ ଦେଶରେ ବିମାନ ସେବାର ସ୍ତର କୋଭିଡ-୧୯ ମହାମାରୀ ପୂର୍ବର ସ୍ତରରେ ପହଞ୍ଚିଯିବ ।

ରେଳବାଇ ଅନୁଯାୟୀ ଯାତ୍ରୀମାନଙ୍କୁ ଘରୋଇ ଟ୍ରେନରେ ବିମାନ ସେବା ଭଳି ସୁବିଧା ଯୋଗାଇ ଦିଆଯିବ। ଘରୋଇ କମ୍ପାନୀମାନେ ଟ୍ରେନର ଭଡା ନେବା, କ୍ୟାଟରିଂ, ପରିଷ୍କାର ପରିଚ୍ଛନ୍ନତା ଓ ଶଯ୍ୟା ଯୋଗାଣ ନିଶ୍ଚିତ କରିବେ । ଏହା ବ୍ୟତୀତ ଘରୋଇ କମ୍ପାନୀମାନେ ଟ୍ରେନର କୋଚଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ ନିଜେ କରିବେ ।

ବ୍ୟସ୍ତବହୁଳ ମାର୍ଗ ଓ ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଥିବା ରୁଟଗୁଡିକ ପାଇଁ ଘରୋଇ କମ୍ପାନୀମାନଙ୍କ ଠାରୁ ସବୁ ଠାରୁ ଅଧିକ ଆବେଦନ ମିଳିଛି । ୧୯ଟି କମ୍ପାନୀର ଆବେଦନ ମଧ୍ୟରେ ସମସ୍ତେ ମୁମ୍ବାଇ ଓ ଦିଲ୍ଲୀ ରୁଟ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚଣ୍ଡିଗଡ଼ ଓ ଚେନ୍ନାଇ ମାର୍ଗ ପାଇଁ ପାଞ୍ଚଟି ଯୋଗ୍ୟ ଆବେଦନ ଆସିଛି । ଜୟପୁର ଓ ସିକନ୍ଦରାବାଦ ରୁଟ୍ ପାଇଁ ନଅଟି ଆବେଦନ, ହାଓଡ଼ା, ବାଙ୍ଗାଲୋର ଓ ପଟନା ରୁଟ୍ ପାଇଁ ଆଠ-ଆଠଟି ଆବେଦନ ମିଳିଛି ।