କରୋନା କଟକଣା ମଧ୍ୟରେ ଆଜି ଓଡ଼ିଶାରେ ସବୁ ଦୁର୍ଗା ମଣ୍ଡରେ ପାଳନ ହେଉଛି ଷଷ୍ଠି ପୂଜା । ବିଶେଷକରି ୪ ଫୁଟ ଭିତରେ ମୂର୍ତ୍ତିର ଉଚ୍ଚତା ସୀମିତ ରଖିବା, ଭକ୍ତଙ୍କୁ ମଣ୍ଡପକୁ ବାରଣ କରିବା ତଥା ସର୍ବାଧିକ ୭ ଜଣ କର୍ମକର୍ତ୍ତାଙ୍କୁ ପୂଜା ଆୟୋଜନରେ ସାମିଲ କରାଇବାକୁ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଓଡ଼ିଶାର କିଛି ବହୁ ପୁରୁଣା ପୂଜା ମଣ୍ଡପ ଉପରେ… ହେମସୁରପଡ଼ା ହେଉଛି ଅନୁଗୋଳର ସର୍ବ ପୁରାତନ ପୂଜା ମଣ୍ଡପ । ହେମସୁରପଡ଼ାରେ ସୁନ୍ଦର ମାଟି ପ୍ରତିମା ଓ ନୂଆ ଧାରଣା ସହିତ ସାଜସଜ୍ଜା ପାଇଁ ପ୍ରସିଦ୍ଧି । ଏଠାରେ ସବୁ ବର୍ଷ ଦୁର୍ଗା ପୂଜା ଧୁମଧାମରେ ପାଳନ ହୁଏ । ଏଥର ମଧ୍ୟ କରୋନା କଟକଣାରେ ପୂଜା ପାଳନ କରୁଛନ୍ତି ସମସ୍ତେ । ଅନୁଗୋଳରେ ଭଉୟ ହିନ୍ଦୁ ଓ ମୁସଲିମ ଏକାଠି ପୂଜା ପାଳନ କରନ୍ତି । ଭୁବନେଶ୍ବରର ରସୁଲଗଡ଼ ଦୁର୍ଗା ପୂଜା ମଣ୍ଡପ ହେଉଛି ରାଜଧାନୀର ଏଖ ପୁରାତନ ମଣ୍ଡପ । ଗତ ୩୦ ବର୍ଷ ଧରି ଏଠାରେ ଦୁର୍ଗା ପୂଜା ପାଳନ କରାଯାଉଛି । ବଙ୍ଗାଳୀ କାରିଗରଙ୍କ ଦ୍ବାରା ସାଜସଜ୍ଜା ଓ ପ୍ରତିମା ନିର୍ମାଣ ହେଉଛି ଏହି ମଣ୍ଡପର ଆକର୍ଷଣ । କନକ ଦୁର୍ଗା ପୂଜା ମଣ୍ଡପ ବାଲେଶ୍ବରର ଏକ ପ୍ରସିଦ୍ଧ ମଣ୍ଡପ । ୧୯୪୩ ପରଠାରୁ ଭକ୍ତମାନେ ଦୁର୍ଗା ପୂଜା ଏଠାରେ ପାଳନ କରିଆସୁଛନ୍ତି । ସୁବର୍ଣ୍ଣ ରଙ୍ଗର ପ୍ରତିମୂର୍ତ୍ତି ଏହି ପୂଜା ମଣ୍ଡପର ସ୍ବତନ୍ତ୍ରତା । କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ବର୍ଷ ପାଳନ କରାଯିବ । କଟକର ଖାନନଗର ପୂଜା ମଣ୍ଡପ ସହରର ସର୍ବ ପୁରାତନ ମଣ୍ଡପ ମଧ୍ୟରୁ ଅନ୍ୟତମ । ୧୯୭୨ ମସିହାରୁ ଏଠାରେ ମା' ଦୁର୍ଗାଙ୍କ ମାଟି ପ୍ରତିମା ସ୍ଥାପନ କରାଯାଉଛି । ଚାନ୍ଦି ମେଢ଼ ଓ ସୁନା ଅଳଙ୍କାର ହେଉଛି ୨୦୧୧ ମସିହାରୁ ଏହି ପୂଜା ମଣ୍ଡପର ଆକର୍ଷଣ । କରୋନା କଟକଣାରେ ଏଥର ପାଳନ ହେଉଛି ଦୁର୍ଗା ପୂଜା ।