Valentine Day 2021: ଭାଲେଣ୍ଟାଇନ୍ ଡେ’ରେ ଭୁଲରେ ବି ଦିଅନ୍ତୁ ନାହିଁ ଏହି ସବୁ ଉପହାର; ସମ୍ପର୍କ ବିଗିଡ଼ିଯିବ
ଭାଲେଣ୍ଟାଇନ୍ସ ଡେ‘ରେ ପ୍ରତି ପ୍ରେମୀ ଯୁଗଳ ନିଜ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବାର ଇଚ୍ଛା ନେଇ ଉପହାର ପସନ୍ଦ କରନ୍ତି । କିନ୍ତୁ ଜ୍ଞାନର ଅଭାବରୁ ଅନେକ ସମୟରେ ସେମାନେ ଏମିତି ଉପହାର କିଣନ୍ତି ଯାହା ତାଙ୍କ ସମ୍ପର୍କକୁ ଥଣ୍ଡା କରିଦେଇପାରେ ।

Valentines Day 2021 Gift: ଭାଲେଣ୍ଟାଇନ୍ସ ଡେ ପ୍ରତ୍ୟେକ ପ୍ରେମୀ ଯୁଗଳ/ଦମ୍ପତିଙ୍କ (Couples) ପାଇଁ ସ୍ୱତନ୍ତ୍ର ହୋଇଥାଏ । ଏହାକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ଲୋକେ ବଜାରରୁ ଉପହାର (gifts) କିଣନ୍ତି ।ପ୍ରେମକୁ ପ୍ରକାଶ କରିବାର ଏକ ଉତ୍ତମ ମାଧ୍ୟମ ହୋଇଥାଏ ଉପହାର ।

ଭାଲେଣ୍ଟାଇନ୍ସ ଡେରେ ପ୍ରତ୍ୟେକ ପ୍ରେମୀ ଯୁଗଳ ଚାହାଁନ୍ତି ଯେ ଦିନକୁ ଦିନ ସେମାନଙ୍କ ସମ୍ପର୍କ ଅଧିକ ଶକ୍ତିଶାଳୀ ହେଉ । ଏହି ଇଚ୍ଛା ସହିତ ସେମାନେ ନିଜ ଉପହାର ମଧ୍ୟ ପସନ୍ଦ କରନ୍ତି ।କିନ୍ତୁ ଜ୍ଞାନର ଅଭାବ କାରଣରୁ ଅନେକ ସମୟରେ ପ୍ରେମୀ ଯୁଗଳମାନେ/ଦମ୍ପତିମାନେ ଏମିତି ଉପହାର କିଣନ୍ତି ଯାହା ସେମାନଙ୍କ ସମ୍ପର୍କର ଉଷ୍ମତାକୁ ଶେଷ କରିଦେଇପାରେ ।

ବାସ୍ତୁ ଶାସ୍ତ୍ରରେ ଗିଫ୍ଟ ଆଇଡିଆ ବିଷୟରେ (Gift Ideas In Vastu Shastra) ଅନେକ ସୂଚନା ଦିଆଯାଇଛି ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି କେତେକ ଉପହାର ଅଛନ୍ତି ଯାହା ପାରସ୍ପରିକ ସମ୍ପର୍କରେ ଦୂରତା ଆଣିପାରେ ।ତେଣୁ ଆସନ୍ତୁ ଜାଣିବା କ’ଣ ସେହି ଉପହାର ସାମଗ୍ରୀ ଯାହା ଭାଲେଣ୍ଟାଇନ୍ସ ଡେ ଅବସରରେ ଆପଣଙ୍ ନିଜ ସାଥୀଙ୍କୁ କେବେ ବି ଦେବା ଉଚିତ୍ ନୁହେଁ ।

ପୋଷାକ – ଯଦି ଆପଣ ନିଜ ସାଥୀଙ୍କ ଜୀବନରେ ଖୁସି ଦେଖିବାକୁ ଚାହୁଁଛନ୍ତି, ତାହେଲେ ଉପହାରରେ ତାଙ୍କୁ କେବେ ବି କଳା ପୋଷାକ (black dress) ଦିଅନ୍ତୁ ନାହିଁ ।ବାସ୍ତୁ ଶାସ୍ତ୍ର ଅନୁସାରେ କଳା ପୋଷାକ ଯନ୍ତ୍ରଣାର ପ୍ରତୀକ ।ଯଦି ଆପଣ ଅଜ୍ଞାତରେ କଳା ରଙ୍ଗର ପୋଷାକକୁ ଉପହାରରେ ପାଇଥା’ନ୍ତି, ତେବେ ଏହା ଦୁଃଖ ଓ ଯନ୍ତ୍ରଣା ଆଣିପାରେ ।

ଜୋତା – ଆପଣ ଜାଣି ରଖିବା ଉଚିତ ଯେ ପ୍ରକୃତରେ ଜୋତା (shoes gift) ଦେବାକୁ ପରସ୍ପର ଠାରୁ ଅଲଗା ହେବାର ପ୍ରତୀକ ଭାବରେ ବିବେଚନା କରାଯାଏ ।ଏପରି ସ୍ଥିତିରେ ଯଦିଓ ଆପଣଙ୍କ ଗର୍ଲଫ୍ରେଣ୍ଡ ବା ବୟଫ୍ରେଣ୍ଡ୍ କୌଣସି ବିଶେଷ ଜୋତାକୁ ଭଲ ପାଆନ୍ତି, ତେବେ ତାଙ୍କୁ ଏହି ଦିନ ଭୁଲରେ ବି ଜୋତା ଉପହାର ସ୍ୱରୂପ ଦିଅନ୍ତୁ ନାହିଁ ।ଏହା ଆପଣଙ୍କ ସମ୍ପର୍କରେ ଦୂରତା ଆଣିପାରେ

ବୁଡ଼ି ଯାଉଥିବା ଜାହାଜର ଛବି – ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି ଛବି ବା ମୂର୍ତ୍ତି କିଣନ୍ତୁ ନାହିଁ ଯେଉଁଥିରେ ଜାହାଜ ବୁଡ଼ିଯାଉଥିବାର ଦେଖାଇଦିଆଯାଇଛି । ଯଦି ଆପଣ ନିଜ ସାଥୀକୁ ଏପରି ଜିନିଷ ଦିଅନ୍ତି, ତେବେ ଏହା କ୍ଷତିକାରକ ହୋଇପାରେ ।ଏହି ପରି ଛବି ବା ମୂର୍ତ୍ତିଗୁଡି଼କୁ ଆର୍ଥିକ କ୍ଷତି ବା ଆର୍ଥିକ ଅଭିବୃଦ୍ଧିରେ ପ୍ରତିବନ୍ଧକର ପ୍ରତୀକ ଭାବରେ ବିବେଚନା କରାଯାଏ ।ଯଦି ଆପଣ ଏମିତି ଫଟୋ ଥିବା କୌଣସି ସାଜସଜ୍ଜା ସାମଗ୍ରୀ ନ ଦିଅନ୍ତି ବା ସେଗୁଡ଼ିକୁ କାହାରି ଠାରୁ ନ ନିଅନ୍ତି ତେବେ ଭଲ ହେବ ।ଏଗୁଡ଼ିକୁ ଘରେ ରଖିବା ଦ୍ୱାରା ବି ଅଶୁଭ ଫଳ ମିଳିଥାଏ ।

ରୁମାଲ – ଆମେ ରୁମାଲ (handkerchief) ଦେବାକୁ ରୋମାଣ୍ଟିକ୍ ବୋଲି ବିବେଚନା କରୁ, କିନ୍ତୁ ବାସ୍ତବରେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଉପହାରରେ ରୁମାଲ ଦେବା ଦୁଃଖର କାରଣ ବୋଲି ବିବେଚନା କରାଯାଏ ।ଦମ୍ପତିମାନେ ଯଦି ପରସ୍ପରକୁ ରୁମାଲ ଉପହାର ଦିଅନ୍ତି, ତେବେ ସେମାନଙ୍କ ମଧ୍ୟରେ ଅନାବଶ୍ୟକ ଝଗଡ଼ା ହେବାର ସମ୍ଭାବନା ବଢ଼ିଯାଏ ।

ଘଡ଼ି – ଘଡ଼ିକୁ (watch) ଏକ ପ୍ରସିଦ୍ଧ ଉପହାର ଭାବରେ ଅନେକ ଲୋକ ବିବେଚନା କରନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘଡ଼ି ଆଦୌ ଏକ ଭଲ ଉପହାର ନୁହେଁ ।ବାସ୍ତବରେ ଉପହାରରେ ଘଣ୍ଟା ଦେବାକୁ ଜୀବନରେ ଅଗ୍ରଗତିକୁ ବନ୍ଦ୍ କରିବାର ପ୍ରତୀକ ଭାବରେ ବିବେଚନା କରାଯାଏ । (Disclaimer: ଏହି ଆର୍ଟ୍କିଲରେ ଦିଆଯାଇଥିବା ସୂଚନା ସାଧାରଣ ସୂଚନା ଉପରେ ଆଧାରିତ । ନ୍ୟୁଜ୍୧୮ ଓଡ଼ିଆ ଡିଜିଟାଲ୍ ଏଗୁଡିକର ସତ୍ୟାସତ୍ୟ ନିଶ୍ଚିତ କରେ ନାହିଁ । ଏହି ସୂଚନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ।)