ଢେଙ୍କାନାଳ: ଚାକିରିକୁ ନ ଫେରି ଘରେ ବସିଥିଲା; ସେ କଥା କହିବାରୁ ସ୍ତ୍ରୀ ଓ ୨ ଝିଅଙ୍କୁ ଫାର୍ସାରେ ହାଣିଲା
ଚେନ୍ନାଇରେ କାମ ଛାଡ଼ି ଆସି କିଛି ମାସ ହେବ ଘରେ ବସିଥିବା ଏହି ବ୍ୟକ୍ତିଙ୍କୁ ଚାକିରିକୁ ଫେରିଯିବାକୁ ଓ ପରିବାର ପାଇଁ ରୋଜଗାର କରିବାକୁ ତାଙ୍କ ସ୍ତ୍ରୀ କିଛି ଦିନ ହେଲା କହୁଥିଲେ । ଘରେ ସମସ୍ତେ ଶୋଇଥିବା ବେଳେ ସେ ସ୍ତ୍ରୀଙ୍କ ଉପରେ ନୃଶଂସ ଆକ୍ରମଣ କରିଥିଲେ ।

ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ପରିବାରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଫାର୍ସାରେ ହାଣି ଗୁରୁତର କରିଛନ୍ତି । ସେ ନିଜ ଦୁଇ ଝିଅଙ୍କକୁ ବି ଫାର୍ସାରେ ଆକ୍ରମଣ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ପରିବାରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଫାର୍ସାରେ ହାଣି ଗୁରୁତର କରିଛନ୍ତି । ସେ ନିଜ ଦୁଇ ଝିଅଙ୍କକୁ ବି ଫାର୍ସାରେ ଆକ୍ରମଣ କରିଛନ୍ତି । ଭୋର୍ ଚାରିଟା ପାଖାପାଖି ଘଟିଥିବା ଏହି ଘଟଣାରେ ସ୍ତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଢେଙ୍କାନାଳ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ପ୍ରାଣବନ୍ଧୁ ରାଉତ ନାମକ ବ୍ୟକ୍ତି ଚେନ୍ନାଇରେ କାମ ଛାଡ଼ି ଆସି ଅନେକ ମାସ ଘରେ ବସିଥିଲେ । ତାଙ୍କୁ ଚାକିରିକୁ ଫେରିଯିବାକୁ ଓ ପରିବାର ପାଇଁ ରୋଜଗାର କରିବାକୁ ତାଙ୍କ ସ୍ତ୍ରୀ କିଛି ଦିନ ହେଲା କହୁଥିଲେ । (ଫଟୋରେ ଗୁରୁତର ଆହତ ସ୍ତ୍ରୀ)

ଏହି କଥାକୁ ନେଇ ହୋଇଥିବା ଝଗଡ଼ା ପରେ ପ୍ରାଣବନ୍ଧୁଙ୍କର ନିଜ ସ୍ତ୍ରୀଙ୍କ ସହ ଗୁରୁବାର (ଏପ୍ରିଲ୍ ୧) ଦିନ ରାତିରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ସେ ପର ଦିନ ଚେନ୍ନାଇ ଚାଲିଯିବେ ବୋଲ କହିଥିଲେ । ହେଲେ ଘରେ ରାତିରେ ସମସ୍ତେ ଶୋଇଥିବା ବେଳେ ପ୍ରାଣବନ୍ଧୁ ନିଜ ସ୍ତ୍ରୀଙ୍କ ଉପରେ ଅମାନୁଷିକ ଆକ୍ରମଣ କରିଥିଲେ । (ଫଟୋରେ ଆକ୍ରମଣରେ ବ୍ୟବହୃତ ଫାର୍ସା)

ସ୍ତ୍ରୀଙ୍କ ହାତ, ଗଳା ଓ ଆଖି ପାଖରେ ଫାର୍ସାରେ ଆକ୍ରମଣ କରି ତାଙ୍କୁ ରକ୍ତାକ୍ତ କରିଦେଇଥିଲେ ପ୍ରାଣବନ୍ଧୁ । ଦୁଇ ଝିଅ ତାଙ୍କୁ ରୋକିବାକୁ ଚେଷ୍ଟା କଲା ବେଳେ ସେମାନଙ୍କୁ ବି ଆକ୍ରମଣ କରିଥିଲେ ସେ ।(ଫଟୋରେ ଆକ୍ରମଣରେ ଆହତ ବଡ଼ ଝିଅଙ୍କ ହାତ)