ରାଜ୍ଯରେ କିଛି ଦିନ ହେବ ଗରମ ଅନୂଭୁତ ହେଉଛି । ଲୋକମାନଙ୍କୁ ଆରାମ ଦେବା ପାଇଁ କଂଗ୍ରେସ ନେତା ସୁର ରାଉତରାୟ ଏକ ଭଲ ପ୍ରୟାସ କରିଛନ୍ତି । ସୁର ରାଉୟରାୟ ରାସ୍ତା ଚଲା ପଥିକଙ୍କୁ ଓ ସ୍ଥାନୀୟ ଉପସ୍ଥିତ ଲୋକଙ୍କ ମଧ୍ଯରେ ଫଳ ବଣ୍ଟନ କରିଛନ୍ତି । ଉପସ୍ଥିତ ଲୋକମାନଙ୍କୁ ସୁର ରାଉତରାୟ କାକୁଡ଼ି ଓ ତରଭୁଜ ବାଣ୍ଚିଛନ୍ତି । ଉପସ୍ଥିତ ଗଣମାଧ୍ଯମ ପ୍ରତିନିଧୀଙ୍କୁ ମଧ୍ଯ ଫଳ ପ୍ରଦାନ କରିଥିଲେ କଂଗ୍ରେସ ନେତା । ସୂଚନା ଭବନ ପାଖରେ ସୁର ରାଉତରାୟ କାକୁଡି ଓ ତରଭୁଜ ବଣ୍ଟନ କରିଥିଲେ । ସୁର ରାଉତରାୟ ଜଣେ ଫଳ ବେପାରୀଙ୍କଠୁ ଏହି ଫଳ କିଣିଥିଲେ ଯିଏକି ଭିନ୍ନକ୍ଷମ । ତାଙ୍କ ନାମ ଲିପୁନା ପ୍ରତିହାରୀ । ସୁର ରାଉତରାୟଙ୍କ ଏଭଳି ପ୍ରୟାସକୁ ଲୋକମାନେ ପ୍ରଶଂସା କରିଛନ୍ତି । ଏହି ଅବସରରେ ତାଙ୍କ ପୁଅ କେବଳ କଂଗ୍ରେସରୁ ଲଢିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା । ପୂର୍ବରୁ ସୁର ଓ ତାଙ୍କର ପୁଅ ନବୀନ ନିବାସକୁ ଯିବା ନେଇ ବେଶ ଚର୍ଚ୍ଚା ହୋଇଥିଲା । ପରେ ତାଙ୍କ ସାନ ପୁଅ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଥିଲା । କେଉଁ ଦଳରୁ ଲଢିବେ ସେ ନେଇ ସାନ ପୁଅ ପୂର୍ବରୁ କିଛି ସ୍ପଷ୍ଟ କରିନଥିବା ବେଳେ ଆଜି କଂଗ୍ରେସରୁ ଲଢିବା କଥାରେ ମୋହର ମାରିଛନ୍ତି ସୁର ରାଉତରାୟ ।