ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିବାଦୀୟ ହୋଇପଡ଼ିଥିବା କଳାହାଣ୍ଡି ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ବିବାହ କରିବେ। ନିଜ ଦ୍ବିତୀୟ ବିବାହ ବାବଦରେ ଦିବ୍ୟଶଙ୍କର ଗଣମାଧ୍ୟମକୁ ସୁନିଶ୍ଚିତ କରିଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ପୁରୀରେ ସେ ବିବାହ କରିବେ ବୋଲି କହିଛନ୍ତି।