ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ (Dil Bechara) ୨୪ ଜୁଲାଇରେ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ ଡିଜନୀ ପ୍ଲସ୍ରେ ରିଲିଜ୍ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତଙ୍କ ଅନ୍ତରଙ୍ଗ ବନ୍ଧୁ ଓ ବଲିଉଡର ଜଣାଶୁଣା କାଷ୍ଟିଙ୍ଗ୍ ଡାଇରେକ୍ଟର ମୁକେଶ ଛାବଡ଼ା । ଏହି ଫିଲ୍ମରେ ସୁଶାନ୍ତଙ୍କ ସହିତ ଅଛନ୍ତି ଅଭିନେତ୍ରୀ ସଞ୍ଜନା ସାଙ୍ଘୀ (Sanjana Sanghi)।
ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଶକୁନ୍ତଳା ଦେବୀ ହ୍ୟୁମାନ୍ କମ୍ପ୍ୟୁଟର’ (Shakuntala Devi Human Computer) ଆମାଜନ୍ ପ୍ରାଇମରେ ୩୧ ଜୁଲାଇରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି । ଫିଲ୍ମରେ ଗଣିତରେ (mathematics) ପ୍ରବୀଣା ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ନଜର ଆସିବେ ବିଦ୍ୟା ବାଲାନ୍ (Vidya Balan) । ଶକୁନ୍ତଳା ଦେବୀ ଏତେ ଜଲଦି ଜଟିଳ ଗଣିତର ପ୍ରଶ୍ନଗୁଡ଼ିକର ଉତ୍ତର ଦେଉଥିଲେ ଯେ ତାଙ୍କୁ ମାନବ କମ୍ପ୍ୟୁଟର୍ କୁହାଯାଉଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମେନନ୍ ।
ଫିଲ୍ମ ‘ରାତ୍ ଅକେଲି ହୈ’ (Raat Akeli Hai) ୩୧ ଜୁଲାଇରେ ନେଟଫ୍ଲିକ୍ସରେ ରିଲିଜ୍ ହେବ । ହନି ତ୍ରେହନ୍ଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ନୱାଜୁଦ୍ଦିନ ସିଦ୍ଦିକୀ (Nawazuddin Siddiqui) ଓ ରାଧିକା ଆପ୍ଟେଙ୍କ (Radhika Apte) ସମେତ ଆଦିତ୍ୟ ଶ୍ରୀବାସ୍ତବ, ଶ୍ୱେତା ତ୍ରିପାଠୀ, ଇଲା ଅରୁଣ, ଖାଲିଦ ତୈୟବଜି, ଶିବାନୀ ରଘୁବଂଶୀ ଓ ତିଗମାଂଶୁ ଧୁଲିୟା (Tigmanshu Dhulia) ଅଛନ୍ତି ।
ତିଗମାଂଶୁ ଧୁଲିଆଙ୍କ (Tigmanshu Dhulia) ନିର୍ଦ୍ଦେଶିତ ଫିଲ୍ମ ‘ୟାରା’ (Yaara) ୩୦ ଜୁଲାଇରେ ଓଟିଟି ପ୍ଲାଟଫର୍ମ ଜି୫ରେ (Zee 5) ରିଲିଜ୍ ହେବ । ବିଜୟ ବର୍ମା, ବିଦ୍ୟୁତ୍ ଜାମୱାଲ, ଅମିତ ସାଧ ଓ କେନି ଡିଙ୍କ ଭଳି ଅଭିନେତା ଏହି ଫିଲ୍ମରେ ନଜର ଆସିବେ । ସେମାନେ ଫିଲ୍ମରେ ଚାରି ବନ୍ଧୁଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏଥିରେ ଶୃତି ହାସନ (Shruti Haasan) ବି ଏକ ମୁଖ୍ୟ ଭୂମିକାରେ ଅଛନ୍ତି ।